4 ଦିନ ହେଲା ମୃତ୍ୟୁ ସହିତ ସଂଗ୍ରାମ କରୁଛି ଅସୁସ୍ଥ ଗଜରାଜ

ଖୋର୍ଦ୍ଧା: ଗ୍ରାମ୍ୟ ଜଙ୍ଗଲରେ ବଞ୍ଚିବା ପାଇଁ ଗଜରାଜର ଆର୍ତ୍ତ ଚିତ୍କାର । ହେଲେ ଦୀର୍ଘ ୪ ଦିନ ମଧ୍ୟରେ ହୋଇ ନାହିଁ ଚିକିତ୍ସା। ଖୋର୍ଦ୍ଧା ଜିଲ୍ଲା ବନଖଣ୍ଡ ଅଧିନରେ ରହିଛି ରଣପୁର ବନ ବିଭାଗ ରେଞ୍ଜ୍ । ଏହି ରେଞ୍ଜ୍ ଇଲାକାରେ ରହିଛି କାଞ୍ଚନପୁର ଗ୍ରାମ୍ୟ ଜଙ୍ଗଲ । ଆଉ ଏହି ଜଙ୍ଗଲ ମଧ୍ୟରେ ଏକ ଗଜରାଜ ଦନ୍ତାହାତୀ ଅସୁସ୍ଥ ହୋଇ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର କରୁଛି ।
ଗାଁ ଲୋକେ ଏହି ଦୃଶ୍ୟ ଦେଖିବା ପରେ ବନ ବିଭାଗକୁ ଅବଗତ କରାଇଥିଲେ । ହେଲେ ବଡ଼ ଦୁଖଃର କଥା ବନ ବିଭାଗ ଅସୁସ୍ଥ ଦନ୍ତାହାତୀକୁ ଜଙ୍ଗଲ ମଧ୍ୟରେ ଠାବ କଲା । ହେଲେ ଦୀର୍ଘ ୪ ଦିନ ମଧ୍ୟରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ହୋଇପାରିଲା ନାହିଁ । ଅସୁସ୍ଥ ଦନ୍ତାହାତୀ ଠିକ୍ ଭାବରେ ଚଲାବୁଲା କରିବା ମୁସ୍କିଲ । ତେଣୁ ଖାଇବା ପିଇବା କଥା ନକହିବା ଭଲ । ବନ ବିଭାଗର ଏପରି ଦନ୍ତାହାତୀର ଚିକିତ୍ସା କରିବାରେ ଏତେ ଅବହେଳା ପ୍ରଦର୍ଶନ କ'ଣ ପାଇଁ ତାହା ଏବେ ବଡ ପ୍ରଶ୍ନ ?
ଆହୁରି ପଢନ୍ତୁ ଓଡିଶା ଖବର...