Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଣ୍ଟେନର ମାଲିକମାନ ରହିଥିବା ସମସ୍ୟାଗୁଡିକ ସମାଧାନ ହେବା ପାଇଁ ସଂଘ କରିବ କାର୍ଯ୍ୟ

Odisha

କଣ୍ଟେନର ମାଲିକମାନ ରହିଥିବା ସମସ୍ୟାଗୁଡିକ ସମାଧାନ ହେବା ପାଇଁ ସଂଘ କରିବ କାର୍ଯ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଣ୍ଟେନର ମାଲିକମାନ ରହିଥିବା ସମସ୍ୟାଗୁଡିକ ସମାଧାନ ହେବା ପାଇଁ ସଂଘ କରିବ କାର୍ଯ୍ୟ

ଅର୍ଗସ ବ୍ୟୁରୋ:  ପାରାଦୀପରେ 'ପ୍ରକୃତି କଣ୍ଟେନର ଅପରେସନ ଟ୍ରଷ୍ଟ' ନାମରେ ଗଠନ ହୋଇଛି ଆଉ ଏକ ସଂଘ। କଣ୍ଟେନର ମାଲିକ ମାନଙ୍କର ରହିଥିବା ସମସ୍ୟା ଗୁଡିକ ସମାଧାନ ହେବା ସହିତ ଶୃଙ୍ଖଳିତ ଭାବରେ ବ୍ୟବସାୟ ଆଗକୁ ବଢିବା ପାଇଁ ଏହି ସଂଘ କାର୍ଯ୍ୟ କରିବ। ମାଲ ପରିବହନକୁ ନେଇ ପାରାଦୀପରେ ଟ୍ରକ ମାଲିକ ମାନଙ୍କ ର ବିଭିନ୍ନ ସଂଘ ରହି ଶାନ୍ତି ଶୃଙ୍ଖଳା ଭାବେ ଟ୍ରକରେ ମାଲ ପରିବହନ କରା ଯାଉଥିବା ବେଳେ ଏବେ କଣ୍ଟେନର ରେ ମଧ୍ୟ ମାଲ ପରିବହନ କରାଯାଉଛି। ଜାହାଜରେ ଆସୁଥିବା ପଣ୍ୟ ଗୁଡିକ ନିୟୋଜିତ କଣ୍ଟେନର ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପଠା ଯାଇଥାଏ।

ତେବେ ଏହି କଣ୍ଟେନର ବ୍ୟବସାୟ ଆଗକୁ କିପରି ବଢି ପାରିବ ଏନେଇ ମାଲ ପରିବହନରେ ନିୟୋଜିତ କଣ୍ଟେନର ମାଲିକ ମାନେ ଏକତ୍ରିତ ହୋଇ ଏହି ସଂଘ ଗଠନ କରିଥିବା ବେଳେ ପରିବେଶ ଉପରେ ସ୍ବତନ୍ତ୍ର ଧ୍ୟାନ ଯାଇ ପାରାଦୀପ ର ଆଖପାଖ ଅଞ୍ଚଳ କୁ ସବୁଜ ବଳୟରେ ପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ, ଶିକ୍ଷା, ଅନାଥ ଆଶ୍ରମରେ ଗରିବ ପିଲାମାନଙ୍କୁ ସହାୟତା ଓ ପଶୁ ସମ୍ପଦ ର ସୁରକ୍ଷା ଆଦି ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Incorporation of association named 'Nature Container Operation Trust' | Argus English