Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜମିରେ ପଡ଼ି ନଷ୍ଟ ହେଉଛି ଟନ୍ ଟନ୍ କୋବି

Odisha

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜମିରେ ପଡ଼ି ନଷ୍ଟ ହେଉଛି ଟନ୍ ଟନ୍ କୋବି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜମିରେ ପଡ଼ି ନଷ୍ଟ ହେଉଛି ଟନ୍ ଟନ୍ କୋବି
  • ପୁଣି ରାଜ୍ୟ ସରକାରଙ୍କ ଶୀତଳଭଣ୍ଡାର ଧୋକାର ଶିକାର ଚାଷୀ
  • ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜମିରେ ପଡ଼ି ନଷ୍ଟ ହେଉଛି ଟନ୍ ଟନ୍ କୋବି
  • ସଂରକ୍ଷଣ ଅଭାବରୁ ଗଞ୍ଜାମ କୋବି ଚାଷୀ ଅଭାବି ବିକ୍ରିର ଶିକାର  
  • ବଲାଙ୍ଗିରରେ ଅଧିକାରୀ-ମିଲର ମଧୁଚନ୍ଦ୍ରିକାରୁ ଚାଷୀ ସହୁଛି ଅତ୍ୟାଚାର
  • ୨୪ ବର୍ଷର ଅବହେଳାରୁ ଓଡ଼ିଶାର କୃଷକ କରୁଛି ସବୁଠୁ କମ୍ ରୋଜଗାର 
  • ପ୍ରତି ବ୍ଲକରେ ଶୀତଳଭଣ୍ଡାର, ଗୋଦାମଘର ଓ ଜଳସେଚନ ପ୍ରତିଶ୍ରୁତି ପାଣିର ଗାର

ଅର୍ଗସ ବ୍ୟୁରୋ:  କେଉଁଠି ରାସ୍ତାରେ ଷୀର ଢଳା ହେଉଛି ତ କେଉଁଠି କ୍ବିଣ୍ଟାଲ କ୍ବିଣ୍ଟାଲ ଟମାଟୋ ରାସ୍ତାରେ ଫୋପଡ଼ା ହେଉଛି, ତ କେଉଁଠି କୋବି ବିଲରେ ସଢ଼ି ନଷ୍ଟ ହେଉଛି ପୁଣି କେଉଁଠି ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଛି ଟନ୍ ଟନ୍ ଧାନ। ରାଜ୍ୟ ସରା ସବୁଠି ଧୋକାର ଶିକାର ଚାଷୀ।  ଏବେ ଦେଖନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କର ଦୟନୀୟ ସ୍ଥିତି। ଏକର ଏକର ଜମିରେ ନଷ୍ଟ ହେଉଛି ଫୁଲକୋବି। କୋବି ବିହନ ୧୦ ଗ୍ରାମ ପିଛା ୫୦୦ ରୁ ୭୦୦ ଟଙ୍କାରେ କିଣି ଚାଷ କରିଥିଲେ। ସାରା ଔଷଧ ଦେଇ କୋବି ବଢାଇଥିଲେ। ଏବେ ବେପାରୀ କହୁଛନ୍ତି ଫୁଲକୋବି କିଲୋ 2, 3 ଟଙ୍କାରେ କିଣୁଛନ୍ତି। ଲାଭତ ଦୂରର କଥା ମୂଳଧନ ବି ନାହିଁ। ବାଧ୍ୟ ହୋଇ ବିଲରେ ସେମିତି ସଢି ନଷ୍ଟ ହେବା କୁ ଟନ୍ ଟନ୍ କୋବି ଛାଡ଼ି ଦେଇଛନ୍ତି ଚାଷୀ।

ଗଞ୍ଜାମ ଜିଲ୍ଲାରେ 24 ବର୍ଷର ବିଜେଡି ଶାସନରେ ନୂଆ ଶୀତଳ ଭଣ୍ଡାର ତ ଖୋଲିଲା ନାହିଁ ବରଂ ଯେଉଁ ଶୀତଳ ଭଣ୍ଡାର ଥିଲା ତାହା ଏବେ ଅଚଳ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ଏବେ ସରାକାରୀ ଧୋକାର ହୋଇଛି ଶିକାର। ଏଠାରେ ସରାକରୀ ଅଧିକାରୀ ଓ ମିଲରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଆତ୍ମହତ୍ୟାର ରାସ୍ତା ବାଛିବାକୁ ବାଧ୍ୟ ହେଉଛି ଧାନ ଚାଷୀ। ବଲାଙ୍ଗିର ଗୁଡ଼ଭେଲା ବ୍ଲକ୍ ନୂଆପଡ଼ା ପେକ୍ସରେ ମଣ୍ଡିରୁ ଧାନ ଉଠିନଥିବା ବେଳେ ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଛି। ଏଥିରେ ବ୍ୟଥିତ ହୋଇ ନୂଆପଡ଼ାର ଚାଷୀ ଅଶୋକ ମେହେର ପେକ୍ସ ଭିତରେ ବିଷ ପିଇ  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ପ୍ରାୟ ୧୦ଦିନ ତଳେ ନୂଆପଡ଼ାର ୯ଜଣ ଚାଷୀଙ୍କ ପ୍ରାୟ ୪୦୦କ୍ସିଣ୍ଟାଲ ଧାନ ପେକ୍ସକୁ ଆସିଥିଲା। କିନ୍ତୁ କଟନୀଛଟନୀ ବିବାଦରୁ ଧାନ ଉଠିନପାରିଲାନି। ଏବେ ଟୋକନ ଲେପ୍ସ ହୋଇଯାଇଛି। ମିଲରମାନେ କ୍ଲିଣ୍ଟାଲ ପିଛା 5 ରୁ 10 କେଜି ଧାନ କାଟି ନେଉଥିବାରୁ ଚାଷୀ ମହଲରେ ତେଜିଛି ଅସନ୍ତୋଷ।ଚାଷୀ ଆତ୍ମହତ୍ୟା ଉଦ୍ୟମ ଖବର ପାଇବା ପରେ ପେକ୍ସରେ ପହଞ୍ଚିଥିଲେ ନୂଆପଡା ପେକ୍ସ ସମ୍ପାଦିକା ଓ ବଲାଙ୍ଗିର କୋ-ଅପରେଟିଭ ସୋସାଇଟି ଇନ୍ସପେକ୍ଟର ଏବଂ ଏନାଲେସିସ ଏକ୍ସପର୍ଟ।  ଉତ୍ତ୍ୟକ୍ତ ଚାଷୀ ଅଧିକାରୀମାନଙ୍କୁ ଅଟକ ରଖୁଥିଲେ। ଶେଷରେ ଧାନର ମାନ ଯାଞ୍ଚକରି ସବୁ ଧାନ ଉଠାଯିବ ବୋଲି ଅଧିକାରୀ କହିଥିଲେ । ତେବେ ଆଗରୁ କାହିଁକି ମାନ ଯାଞ୍ଚ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ 24 ବର୍ଷ ଧରି ଅବହେଳାର ଶିକାର ହୋଇଆସୁଛନ୍ତି ଓଡ଼ିଶାର ଚାଷୀ। ନା ଖୋଲିଲା ପ୍ରତି ବ୍ଲକରେ ଶୀତଳ ଭଣ୍ଡାର  ଓ ଗାଦାମ ଘର ନା ପ୍ରତି ବ୍ଲକ୍ ରେ ହେଲା 35 ପ୍ରତିଶତ ଜଳ ସେଚନ। ତା ପରେ ବି କଷ୍ଟ ସହି ଚାଷୀ ଯେଉଁ ଫସଲ ଅମଳ କରୁଛି ତାର ଉଚିତ ପ୍ରାପ୍ୟ ମିଳୁନାହିଁ। ସେଥିପାଇଁ ଓଡ଼ିଶାରେ ଚାଷୀଙ୍କ ମାସିକ ମାତ୍ର 5112 ଟଙ୍କା। ଯାହାକି ଦେଶରେ ଦ୍ବିତୀୟ ସର୍ବନିମ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
In the Chief Minister district, tons and tons of cabbage are falling on the land ​and waste | Argus English