Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗଣଦୁଷ୍କର୍ମ ପୀଡିତା ଆଦିବାସୀ ଛାତ୍ରୀଙ୍କୁ ଶୀଘ୍ର ନ୍ୟାୟ ଦିଅନ୍ତୁ ରାଜ୍ୟ ସରକାର

Odisha

ଗଣଦୁଷ୍କର୍ମ ପୀଡିତା ଆଦିବାସୀ ଛାତ୍ରୀଙ୍କୁ ଶୀଘ୍ର ନ୍ୟାୟ ଦିଅନ୍ତୁ ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·4 min read
ଗଣଦୁଷ୍କର୍ମ ପୀଡିତା ଆଦିବାସୀ ଛାତ୍ରୀଙ୍କୁ ଶୀଘ୍ର ନ୍ୟାୟ ଦିଅନ୍ତୁ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପ୍ରତ୍ୟେକ ଦିନ ମହିଳା ଓ ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହିଂସା ବଢ଼ିବାରେ ଲାଗିଛି । ନାବାଳିକା ଅପହରଣ, ଦୁଷ୍କର୍ମରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଳଙ୍କୃତ କରିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ୁଥିବା ହିଂସା ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିବା ସତ୍ୱେ ରାଜ୍ୟରେ ସରକାରଙ୍କ ନିରବତା ଚିନ୍ତାର ବିଷୟ ସାଜିଛି । ରାଜ୍ୟ ସରକାର ମହିଳାଙ୍କ ପ୍ରତି ଘଟୁଥିବା ହିଂସା ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି କି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ସୁପ୍ରିମକୋର୍ଟଙ୍କ ତାଗିଦ୍ ସତ୍ୱେ  ମହିଳା, ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଓଡ଼ିଶାର ଏକ ବଡ ବେମାରୀ ହୋଇ ଠିଆହୋଇଛି ବୋଲି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀମତୀ ସାହୁ କହିଛନ୍ତି ଯେ,  ଆଦିବାସୀ ଅଧ୍ୟୁଷିତ ଅଂଚଳ ନବରଙ୍ଗପୁର ଜିଲ୍ଲାରେ ଯେଉଁ ଅଭାବନୀୟ ଘଟଣା ଘଟିଛି ତାହା ଓଡ଼ିଶାବାସୀଙ୍କ ମୁଣ୍ଡକୁ ଲଜ୍ଜ୍ୟାରେ ତଳକୁ କରିଦେଇଛି । ଗୁରୁ ଓ ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ସୃଷ୍ଟି ହୋଇଛି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୁନ୍ଦେଇଥାନା ଅନ୍ତର୍ଗତ ହାଟବରଣ୍ଡି ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ଗତ ୭ତାରିଖ ଦିନ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ୱାସ ଓ କନିଷ୍ଠ ଶିକ୍ଷକ କେଶବ ମାଝୀ ମିଳିତଭାବରେ ଗଣଦୁଷ୍କର୍ମ କରିବା ଏକ ଘୃଣ୍ୟ ଓ ନିନ୍ଦନୀୟ ଘଟଣା । ସେହିପରି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୁନ୍ଦୁଲୀର ସସ୍ମିତା ଛତ୍ରୀ ନାମକ ଜଣେ ଝିଅକୁ ୪ଜଣ ମିଶି ଗଣଦୁଷ୍କର୍ମ କରିଥିଲେ ବୋଲି ନିଜେ ପୀଡିତା ବୟାନ ଦେବା ସହ ସରକାରଙ୍କଠାରୁ ଉପଯୁକ୍ତ ନ୍ୟାୟ ମାଗିଥିଲୋ । ଶେଷରେ ନ୍ୟାୟ ପାଇଁ ସଂଘର୍ଷ କରି ପ୍ରାଣବଳି ଦେବା ଘଟଣା ମନରୁ ଲିଭିନଥିବାବେଳେ ପୁନଃର୍ବାର ଏଭଳି ଘଟଣା ଓଡ଼ିଶାବାସୀଙ୍କୁ ଆହୁରି କଷ୍ଟ ଦେଇଛି । ଆଦିବାସୀ ଝିଅଟି ଅନେକ ଝଡଝଞ୍ଜା ସହି ଶିକ୍ଷିତହେବା ପାଇଁ ମନରେ ବହୁ ଆଶା ଆକାଂକ୍ଷା ନେଇ ବିଦ୍ୟାଳୟକୁ ଯାଇଥିଲା ପାଠ ପଢ଼ିବା ପାଇଁ କିନ୍ତୁ ସେଠି ଶୌଚାଳୟକୁ ଯାଇଥିବାବେଳେ ଦୁଇଜଣ ଶିକ୍ଷକ କୋମଳମତି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ପବିତ୍ର ବିଦ୍ୟାମନ୍ଦିରକୁ ଅପବିତ୍ର କରିବା ଦୁଃଖଦାୟକ ।

ଏହା ରାଜ୍ୟର ପ୍ରଥମ ଘଟଣା ନୁହେଁ ପ୍ରତ୍ୟେକ ଦିନ ସକାଳେ ଖବର କାଗଜ ଓଲଟାଇଲେ ମହିଳା ଓ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ନଜରକୁ ଆସୁଛି । ରାଜ୍ୟ ସରକାର ଏଥିପ୍ରତି ଆଦୌ ଚିନ୍ତିତ ନୁହଁନ୍ତି । ଦିନକୁ ଦିନ ଏହା ଏକ ବ୍ୟାଧିଭଳି ବ୍ୟାପିବାରେ ଲାଗିଛି । ଗତ ଅକ୍ଟୋବର ୧୭ତାରିଖରେ କେନ୍ଦ୍ରାପଡାର କୁଦାନଗରୀ କଲେଜରୁ ଜଣେ ଛାତ୍ରୀଙ୍କୁ ନିଶାଦେଇ କଟକର ଏକ ହୋଟେଲକୁ ନେଇ ଗଣଦୁଷ୍କର୍ମ କରାଗଲା । ଗଣଦୁଷ୍କର୍ମ ମାଷ୍ଟର ମାଇଣ୍ଡ ସୂର୍ଯ୍ୟକାନ୍ତ ସାହୁର ବିଜୁ ଜନତା ଦଳର ଅନେକ ପ୍ରଭାବଶାଳୀ ନେତାମନ୍ତ୍ରୀଙ୍କ  ସହିତ ସମ୍ପୃକ୍ତି ଓ ଉକ୍ତ ଗଣଦୁଷ୍କର୍ମ ଘଟଣାରେ କୁଦାନଗରୀ କଲେଜର ଅଧ୍ୟାପକ ରମାକାନ୍ତ ପାଣିଙ୍କର ସମ୍ପୃକ୍ତି ଥିବାର ଖବର ସାମ୍ନାକୁ ଆସିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଠିକ୍ ସେହିପରି  ଦିବ୍ୟଶଙ୍କର ମିଶ୍ର, ସମୀର ଦାସ, ବିଜୟ ଶଙ୍କର ଦାସ ଓ ଅରୁଣ ସାହୁ ତଥା ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦମାନେ ଏହି କାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନଥିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନବରଙ୍ଗପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଷଷ୍ଠଶ୍ରେଣୀର ନାବାଳିକାକୁ ଆଦିବାସୀମନ୍ତ୍ରୀ ଜଗନ୍ନାଥ ସରକାର ଏପର୍ଯ୍ୟନ୍ତ ନଭେଟିବା ଚିନ୍ତାରବିଷୟ । ରାଜ୍ୟରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ମୌନବ୍ରତ ଧାରଣ କରିବା ଆହୁରି କଷ୍ଟଦାୟକ । ହାତ୍‌ରସ୍ ଘଟଣାରେ ବିଜୁ ଜନତା ଦଳର ନେତ୍ରୀ ସ୍ନେହାଗୀନି ଛୁରୀଆ ନ୍ୟାୟ ଦେବା ପାଇଁ ଦିଲ୍ଲୀ ପର୍ଯ୍ୟନ୍ତ ଯିବେ ବୋଲି କହୁଥିଲାବେଳେ ଭୁବନେଶ୍ୱରରେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ ହତ୍ୟା ଘଟଣାରେ ତାଙ୍କ ଦଳର କେତେ ଜଣ ନେତାମନ୍ତ୍ରୀ ଭେଟିବାକୁ ଯାଇଥିଲେ? କୁଦାନଗରୀ କଲେଜର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶାସକ ଦଳର କେଉଁ ନେତା ଯାଇଥିଲେ? ପରୀକୁ ନ୍ୟାୟ ଦେବା ପାଇଁ ସ୍ନେହାଗୀନି ଛୁରିଆ ଯାଇଥିଲେ କି? ମମିତାକୁ ନ୍ୟାୟ ଦେବା ପାଇଁ ଶ୍ରୀମତୀ ଛରିଆ କାହାକୁ ପଠାଇଥିଲେ? ଆଉ ଏବେ ନବରଙ୍ଗପୁରର ଷଷ୍ଠଶ୍ରେଣୀର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସ୍ନେହାଗୀନି ଛୁରିଆ ଭୁବନେଶ୍ୱରରୁ ନବରଙ୍ଗପୁର ଯାଇ ପାରିବେ ତ? ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।

ପୂର୍ବତନ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଯେଉଁ କର୍ମ କରିଛନ୍ତି ସେ ବିଷୟରେ ଓଡ଼ିଶାବାସୀ ଜାଣିଛନ୍ତି । ଏବେ ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ପରିବର୍ତେ କେଉଁ ଆଶ୍ରମ ସ୍କୁଲରେ ନାବାଳିକାମାନେ ଗର୍ଭବତୀ ହେଉଛନ୍ତି ତ ଆଉ କେଉଁ ଶିକ୍ଷାନୁଷ୍ଠାନରେ ଧର୍ମ ପରିବର୍ତନ କରାଯାଉଛି । ପୁଣି କେଉଁଠି ଅଧ୍ୟାପକଙ୍କ ଜରିଆରେ ନାବାଳିକାଙ୍କ ଗଣଦୁଷ୍କର୍ମ କରାଯାଉଛି ତ ଆ କେଉଁଠି କୋମଳମତୀ ଶିଶୁକୁ ଗଣଦୁଷ୍କର୍ମକରି ହତ୍ୟା କରାଯାଉଛି । ଖାଲି ସେତିକି ନୁହେଁ ଏଠି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହବିଭାଗର ମହିଳା କର୍ମଚାରୀ ମଧ୍ୟ ସୁରକ୍ଷିତ ନାହାନ୍ତି । କେଉଁ ମହିଳା କର୍ମଚାରୀଙ୍କୁ ଦୁର୍ବୃତ ଆକ୍ରମଣ ପାଇଁ ଗୋଡାଇଲେଣି ତ ଆଉ କେଉଁଠି ବ୍ଲେଡ ଯୋଗେ ଆକ୍ରମଣ କଲେଣି । “ଘର ବୁଡି ପାଣି ଆଣ୍ଠୁଏ ହେବାକୁ ବସିଲାଣି” କିନ୍ତୁ ମୁଖ୍ୟମନ୍ତ୍ରୀ ନାହିରେ ତେଲ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ଓଡ଼ିଶାରେ କ’ଣ ମହିଳା ମାନଙ୍କର ସମ୍ମାନ ନାହିଁ କି? କୋମଳମତି ଝିଅମାନଙ୍କର ବଂଚିବାର ଅଧିକାର ନାହିଁ କି? ମୁଖ୍ୟମନ୍ତ୍ରୀ କେତେଦିନ ଚୁପ୍ ରହିବେ । ବିଜେଡି ଶାସନରେ ମା’କୁ ସମ୍ମାନର ନାରା ଏକ ପ୍ରହସନ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ଯଦି ନବରଙ୍ଗପୁରର ଷଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ପ୍ରଦାନ ନକରନ୍ତି, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏକଥାକୁ ନେଇ ଆନ୍ଦୋଳନ କରିବ । ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ହେବାକୁ ଥିବା ବ୍ଲକ ଘେରାଉ ଆନ୍ଦୋଳନରେ ଏହାକୁ ପ୍ରସଙ୍ଗ କରି ଜନତାଙ୍କ ଦରବାରକୁ ଯିବ ବୋଲି ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।       

Sponsored
In the BJD government, respect for mother is only a slogan | Argus English