Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁନେ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୁଣ୍ଡପିଟି କାନ୍ଦୁଛନ୍ତି ବାପା-ମା 

Odisha

ପୁନେ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୁଣ୍ଡପିଟି କାନ୍ଦୁଛନ୍ତି ବାପା-ମା 

Manini Pattanayak
Browse all articles by Manini Pattanayak
·2 years ago·2 min read
ପୁନେ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୁଣ୍ଡପିଟି କାନ୍ଦୁଛନ୍ତି ବାପା-ମା 

କେନ୍ଦ୍ରାପଡା:  ନିଜ ରାଜ୍ୟ ଓ ଜିଲ୍ଲାରେ  କାମ ନପାଇ ବାହାରକୁ ଯାଇଥିଲେ ଯୁବକ ଦାଦନ ଖଟିବାକୁ । ଦିଇ ପଇସା ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଗଲେ ବାହାରି।  ପୁଅ ଯାଇଛି ଯେ କିଛି ଖବର ଅନ୍ତର ନାହିଁ। ଥରୁଟେ ଫୋନ୍‌ କରି ମାକୁ କହିଥିଲା ମାଁ  ମୁଁ ଗାଁକୁ  ଫେରିଯିବି । କିନ୍ତୁ ଚାହିଁ ପୁଅ ତ ଆସିଲା ନାହିଁ ଆସିଲା ତାର ଶବ।  ପୁଅର ମୃତ୍ୟୁ ଖବର ଶୁଣି ମାର ଛାତି ଫାଟିଗଲା, କାନ୍ଦ ବୋବାଳିରେ ଘରଟା ଉଠିଲା ପଡିଲା। ପୁଅକୁ ଠିକାଦାର,ସୁପରଭାଇଜର ମିଶି ମାରିଦେଲେ ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ନରଣଗଡ଼ ଗାଁର ଅବନ୍ତୀ ବେହେରା। ଅବନ୍ତୀ ବେହେରାଙ୍କ ବଡ଼ ପୁଅ ଅଜୟ ବେହେରା ସେହି ଗାଁର ଠିକାଦାର ପରମେଶ୍ୱର ବେହେରା ଏବଂ କାନଫୁଲିଆ ଗାଁର ସୁପରଭାଇଜର ବିକାଶ ଦାସଙ୍କ ପାଖରେ ଦୀର୍ଘ ୫ ବର୍ଷ ହେବ ପୁନେରେ କାର୍ଯ୍ୟ କରି ଆସୁଥିଲେ    । 

ଗତ ୧୭ ତାରିଖ ରାତ୍ରିରେ ଅଜୟ ଗାଁକୁ ଆସିବା ପାଇଁ ମାଙ୍କୁ କଲ କରି କହିଥିଲେ, ମା ମୁଁ ଗାଁକୁ ଯିବା କଥା କହିବାରୁ ମତେ ସୁପରଭାଇଜର ଏବଂ ଠିକାଦାର କହୁଛନ୍ତି ତୁ ଯଦି ଗାଁକୁ ଯିବାକଥା କହିବୁ  ତତେ ବାଡ଼େଇ ବାଡେଇ ମାରିଦେବୁ। ମା ଯଦି ମତେ ଏମାନେ ଗାଁକୁ ନ ଛାଡ଼ନ୍ତି ତାହେଲେ ମୁଁ ଲୁଚିକି ପଳେଇବି । ବାସ ଏତିକି କଥାପରେ ଅଜୟଙ୍କ  କଲ କଟିଯାଇଥିଲା । ହଠାତ ୯ ତାରିଖ ଦିନ ନରଣଗଡ଼ ଗାଁର ଜଣେ ଯୁବକ ଅବନ୍ତୀ ବେହରାଙ୍କୁ କଲ କରି କହିଥିଲେ ତୁମ ପୁଅ ଅଜୟ ଆଉ ଏ ଦୁନିଆଁରେ ନାହିଁ। ଏହି କଥା ଶୁଣିଲାପରେ ଅବନ୍ତୀ ବେହେରା ସଂନ୍ଦେହରେ ସୁପର ଭାଇଜର ବିକାଶ ଦାସ ଏବଂ ନରଣଗଡ଼ ଗାଁର ଠିକାଦାର ପରମେଶ୍ୱର ବେହେରାଙ୍କ ନାମରେ ରାଜନଗର ଥାନାରେ ଏତେଲା କରିଛନ୍ତି । ଅଜୟଙ୍କ ମୃତ ଶରୀର  ରାଜନଗର ଥାନାରେ ଏକ ଆମ୍ବୁଲାନ୍ସ ଯୋଗେ ପହଂଚିବା ପରେ ପୋଲିସ ଓ ଠିକାଦାରଙ୍କ ସଲାସୁତୁରାରେ ଥାନା ପରିସରରେ ମୁଲଚାଲ ହେଉଥିବା ପରେ ତେଜୁଛି ଅସନ୍ତୋଷ । 

ମୃତ ଅଜୟଙ୍କ ବାପା ଓ ସାନଭାଇ ନ୍ୟାୟ ଭିକ୍ଷା କରୁଛନ୍ତି।   ଅନ୍ୟ ପକ୍ଷରେ ମୃତ ଅଜୟ ଙ୍କ ଶରୀର ପୁଣି ମହାରାଷ୍ଟକୁ ଫେରିଯିବ ବୋଲି ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି ।
 କେନ୍ଦ୍ରାପଡ଼ା ଜିଲ୍ଲାରେ ଦାଦନ ସମସ୍ୟା ଉଦବେଗ ଜନକ ହୋଇ ପଡ଼ିଥିବା ବେଳେ ପ୍ରତିଦିନ ରାଜନଗର ନିର୍ବାଚନ ମଣ୍ଡଳୀରୁ ଶତାଧିକ ବେକାର ଯୁବକ ଯୁବତୀ କେରଳ, ପୁନେ, ବାଙ୍ଗାଲୋର ଆଦି ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।  ସେଠାରେ ନାନାଦି ନିର୍ଯାତନା ସହିବା ସହ ମୃତ୍ୟୁ ବରଣ କରୁଛନ୍ତି ।  ଠିକାଦାର ଓ ଶ୍ରମିକ ଦଲାଲ ମାନେ ମାଲେ ମାଲ ହେଉଛନ୍ତି  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ :  

Sponsored
In Pune, the death of a worker, the parents are crying | Argus English