Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଛତିଶଗଡ଼ରେ ବିଜେପି ସହ ମଜଭୁତିରେ ଛିଡ଼ାହେଲେ ଓଡ଼ିଆ 

Odisha

ଛତିଶଗଡ଼ରେ ବିଜେପି ସହ ମଜଭୁତିରେ ଛିଡ଼ାହେଲେ ଓଡ଼ିଆ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଛତିଶଗଡ଼ରେ ବିଜେପି ସହ ମଜଭୁତିରେ ଛିଡ଼ାହେଲେ ଓଡ଼ିଆ 

ଭୁବନେଶ୍ୱର:  ଛତିଶଗଡ଼ରେ ବିଜେପି ସହ ମଜଭୁତିରେ ଛିଡ଼ାହେଲେ ଓଡ଼ିଆ । ପୁରନ୍ଦର ମିଶ୍ର, ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ ପ୍ରଥମ ଓଡ଼ିଆ । ପଡ଼ୋଶୀ ରାଜ୍ୟରେ ବିଜୟରୁ ଓଡ଼ିଶାରେ ବିଜେପିକୁ ବଡ଼ ଫାଇଦା ନେଇ ସଙ୍କେତ ଦେଇଛି । ସୀମାର 5 ଲୋକସଭା, 35 ବିଧାନସଭା ସିଟ ବିଜେପି ସପକ୍ଷରେ ଯାଇପାରେ । ଛତିଶଗଡ଼ ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି ଜଣେ ଓଡ଼ିଆ ବିଧାୟକ। ରାୟପୁର ଉତ୍ତର ଆସନରୁ ବିଜେପି ଟିକେଟରେ ଲଢି 23 ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜାୟ ହାସଲ କରିଛନ୍ତି ଓଡ଼ିଆ ପୁଅ ପୁରନ୍ଦର ମିଶ୍ର। ପୁରନ୍ଦରଙ୍କ ପୈତୃକ ଘର ବରଗଡ଼ ଜିଲ୍ଲାକୁ ଲାଗିଥିବା ଛତିଶଗଡ଼ର ଓଡ଼ିଆ ବହୁଳ ଅଞ୍ଚଳ ବସନା ବ୍ଲକ ଦୁର୍ଗାପଲ୍ଲି ଗାଁରେ। ତେବେ ଗତ 35 ବର୍ଷ ଧରି ସେ ରାୟପୁର ସହରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। କେବଳ ପୁରନ୍ଦର ନୁହନ୍ତି ଛତିଶଗଡ଼ରେ ବିଜେପିର ବମ୍ପର ବିଜୟ ପଛରେ ରହିଛି ଓଡ଼ିଆଙ୍କର ବଡ଼ ଭୂମିକା। ଛତିଶଗଡ଼ର ମୋଟ ଜନସଂଖ୍ୟାର ପ୍ରାୟ 12 ପ୍ରତିଶତ ହେଉଛନ୍ତି ଓଡ଼ିଆ। ଛତିଶଗଡ଼ରେ ଥିବା 90ଟି ବିଧାନସଭା ଆସନରୁ 32ଟି ଆସନରେ ଓଡ଼ିଆ ଭୋଟରଙ୍କର ଭଲ ପ୍ରଭାବ ରହିଛି। ଏଥିସହ ଚଳିତ ବିଧାନସଭା ନିର୍ବାଚନରେ ଓଡ଼ିଆ ବହୁଳ ବସନା ନିର୍ବାଚନମଣ୍ଡଳିରେ ବିଜେପି ପ୍ରାର୍ଥୀ ଏବଂ ରାୟପୁର ଉତ୍ତର ଆସନରେ ପୁରନ୍ଦର ମିଶ୍ରଙ୍କ ପାଇଁ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହା ଓଡ଼ିଆ ଭୋଟରଙ୍କୁ ବିଜେପି ସପକ୍ଷରେ ଏକାଠି କରିବାରେ ସହାୟକ ହୋଇଥିଲା।

ପୂର୍ବରୁ ଛତିଶଗଡ଼ରେ ଓଡ଼ିଆଙ୍କୁ ମିଳୁନଥିଲା ପ୍ରଧାନ୍ୟ କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଆଙ୍କୁ ଗୁରୁତ୍ବ ମିଳିବା ଆରମ୍ଭ ହୋଇଥିଲା। ଏଥିସହ ମୋଦି ସରକାର ଜଣେ ଓଡ଼ିଆଙ୍କୁ ଛତିଶଗଡ଼ର ରାଜ୍ୟପାଳଭାବେ ନିଯୁକ୍ତି ଦେବା ପରଠୁ ଓଡ଼ିଆଙ୍କ ଗୌରବ ଆହୁରି ବଢିଯାଇଛି।  ଛତିଶଗଡ଼ର ଓଡ଼ିଆ ଯେତେବେଳ ବିଜେପି ସହ ମଜଭୁତ ହୋଇ ଛିଡ଼ାହୋଇଛନ୍ତି ତାର ପ୍ରଭାବ ଓଡ଼ିଶାରେ ପଡ଼ିବନି କେମିତି। ଖାସକରି ଛତିଶଗଡ଼ ସୀମାକୁ ଲାଗିଥିବା 5 ଲୋକସଭା ଆସନ ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଓ ସେଗୁଡ଼ିକ ଅଧିନରେ ଆସୁଥିବା 35 ଟି ବିଧାନସଭା ଆସନରେ ବିଜେପି ସପକ୍ଷରେ ବଡ଼ ଜନମତ ଯିବା ନେଇ ଦମ୍ଭ ଭରିଛନ୍ତି ଖୋଦ୍ ଛତିଶଗଡ଼ର ପ୍ରଥମ ଓଡ଼ିଆ ବିଧାୟକ। 2017 ପଞ୍ଚାୟତ ନିର୍ବାଚନରେ ଛତିଶଗଡ଼ର ନେତା ମନ୍ତ୍ରୀଙ୍କର ପ୍ରଚାର ଯୋଗୁଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେପିକୁ ମିଳିଥିଲା ବମ୍ପର ବିଜୟ। 2024 ବିଧାନସଭା ଓ ଲୋକସଭା ନିର୍ବାଚନରେ ବି ତାର ପୂନରାବୃତ୍ତି ହେବା ଆଶା କରାଯାଉଛି। ଏଥିସହ ଛତିଗଡ଼ରେ ବି 2024 ଲୋକସଭା ନିର୍ବାଚନରେ ଓଡ଼ିଆ ଭୋଟରଙ୍କ ସମର୍ଥନରେ ବିଜେପି 11 ରୁ 11 ଲୋକସଭା ଆସନ ପୋଛିନେବା ନେଇ ଦେଖାଦେଇଛି ବଡ଼ ସମ୍ଭାବନା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Chhattisgarh, the orthodox stood in solidarity with the BJP | Argus English