Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଷ୍ଣୁପୁର ଗାଁରେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ୧୭ରୁ ଅଧିକ ଲୋକ ଆକ୍ରାନ୍ତ

Odisha

ବିଷ୍ଣୁପୁର ଗାଁରେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ୧୭ରୁ ଅଧିକ ଲୋକ ଆକ୍ରାନ୍ତ

Jitendra Dash
Browse all articles by Jitendra Dash
·2 years ago·2 min read
ବିଷ୍ଣୁପୁର ଗାଁରେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ୧୭ରୁ ଅଧିକ ଲୋକ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ : ରାଉରକେଲା, ସୁନ୍ଦରଗଡ଼ ପରେ ଆଠଗଡ଼ । ଏଠି ବି ବ୍ୟାପିଛି ଝାଡ଼ାବାନ୍ତି । କଟକ ଆଠଗଡ଼ ତିଗିରିଆ ବ୍ଲକ୍ ହାଟ୍ଟମାଳ ପଞ୍ଚାୟତ ବିଷ୍ଣୁପୁର ଗାଁରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତିରେ ୧୭ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆଠଗଡ଼ ଓ ତିଗିରିଆ ମେଡିକାଲରେ ୧୦ ଜଣଙ୍କୁ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । 

ଗୋଟିଏ କୂଅର ଅତ୍ୟନ୍ତ ଦୂଷିତ ପାଣି ପିଇବା ଫଳରେ ଲୋକେ ରୋଗାକ୍ରାନ୍ତ ହୋଇଥିବା ଡାକ୍ତର କହିଛନ୍ତି । ରାଉରକେଲା ଓ ସୁନ୍ଦରଗଡ଼ ପରେ ଆଠଗଡ଼ର ଏ ଘଟଣା ପୁଣି ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ ଖୋଲିଦେଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ରାଜ୍ୟ ସରକାର ବହୁ ପ୍ରଚାର କରୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ବିଷ୍ଣୁପୁର ଗାଁରେ ସରକାରଙ୍କ କୌଣସି ପାନୀୟ ଜଳ ଯୋଜନା ପହଞ୍ଚିନାହିଁ । ୭୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ମାତ୍ର ଦୁଇଟି ନଳକୂପ ଓ ଦୁଇଟି କୂଅ ଅଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୂଅରେ ମୋଟର ଓ ପାଇପ୍ ଯୋଗେ ଲୋକେ ପାଣି ଉଠାଇ ବ୍ୟବହାର କରନ୍ତି । ଖୋଲା ପଡ଼ିଥିବା କୂଅରେ ବାହାରର ଧୁଳି, ମଳି ସହ ଦୂଷିତ ପାଣି ପଶିବା ଫଳରେ କୂଅ ପାଣି ପୁରା ସଂକ୍ରମିତ ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ଗାଁର ୪୦୦ରୁ ଅଧିକ ଲୋକ ଏହି କୂଅରୁ ପାଣି ପିଉଛନ୍ତି । ସବୁଠାରୁ ଅଧିକ ଦୁଇଟି ପରିବାରର ୬୫ ଲୋକ ଏହି ପାଣି ବ୍ୟବହାର କରୁଥିବାବେଳେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହ କାରଣ ଖୋଜିବ ବୋଲି କହିଛନ୍ତି ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ।

Sponsored
In Bishnupur village, more than 17 people are suffering from diarrhea after drinking contaminated water | Argus English