ଫସର୍ ଫାଟିଛି ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ସଚେତନତା

ଅର୍ଗସ ବ୍ୟୁରୋ: ଫସର୍ ଫାଟିଛି ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ସଚେତନତା । ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ । ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା । ୨୦୨୨ରେ ଦୁର୍ଘଟଣାରେ ଯାଇଛି ୫ ହଜାର ୪୬୭ ଜଣଙ୍କ ଜୀବନ । ଗୃହରେ ରଖିଥିବା ଉତ୍ତରରେ ଏ ତଥ୍ୟ ଦେଇଛନ୍ତି ଖୋଦ ସଡ଼କ ପରିହନ ମନ୍ତ୍ରୀ ଟୁକୁନି ସାହୁ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏ ତଥ୍ୟ ଦେଇଛନ୍ତି ସରକାର । ଗତ ପାଞ୍ଚ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି । ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ ।
ଅନ୍ୟପଟେ ସଡ଼କ ସଚେତନତା ବାବଦକୁ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର୍ । ସଡ଼କ ସୁରକ୍ଷା ସଚେତନତାରେ ଏ ଟଙ୍କା ଖର୍ଚ୍ଚ ହୋଇଛି ନା କାହା ପକେଟକୁ ସୁହାଇଲା ଭଳି ଖର୍ଚ୍ଚ ହୋଇଛି ରାଜ୍ୟ ଟିକସ ଦାତାଙ୍କ ଏତେ ସବୁ ଟଙ୍କା ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ ରାଜ୍ୟ ସରକାରଙ୍କ ଏ ସଡ଼କ ସୁରକ୍ଷା ସଚେତନା ଯେ ଫସର୍ ଫାଟିଛି ତାହା ଜଳ ଜଳ ହୋଇ ଦିଶୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...