SIR in Odisha: ବେଆଇନ୍ ବାଂଲାଦେଶୀଙ୍କ ଭିତରେ ଛନକା, ନକଲି ଭୋଟର ଚିହ୍ନଟ କରିବ ୧୧ ପ୍ରମାଣ ପତ୍ର

Key Points
ବାଲେଶ୍ଵର, କେନ୍ଦ୍ରାପଡ଼ାରେ ବହୁ ବାଂଲାଦେଶୀ ଭୋଟର ବନିଥିବା ନେଇ ଅଭିଯୋଗ ହେଉଛି । ୧୧ ପ୍ରମାଣ ପତ୍ର ଆଧାରରେ ଯାଞ୍ଚ ହେଲେ ନକଲି ଭୋଟର ଚିହ୍ନଟ ହେବେ ।
ଭୁବନେଶ୍ଵର: ଓଡ଼ିଶାରେ SIR ଘୋଷଣା ପରେ ବେଆଇନ୍ ବାଂଲାଦେଶୀଙ୍କ ଭିତରେ ଛନକା ପଶିଛି । ବିହାର ପରି ଓଡ଼ିଶାରୁ ବି ନକଲି ଭୋଟର ସଫା ହୋଇଯିବେ । ବାଲେଶ୍ଵର, କେନ୍ଦ୍ରାପଡ଼ାରେ ବହୁ ବାଂଲାଦେଶୀ ଭୋଟର ବନିଥିବା ନେଇ ଅଭିଯୋଗ ହେଉଛି । ୧୧ ପ୍ରମାଣ ପତ୍ର ଆଧାରରେ ଯାଞ୍ଚ ହେଲେ ନକଲି ଭୋଟର ଚିହ୍ନଟ ହେବେ ।
ଆସନ୍ତା ମାସରେ ଓଡ଼ିଶାରେ SIR ଆରମ୍ଭ ନେଇ ଘୋଷଣା ପରେ ରାଜ୍ୟରେ ଚଞ୍ଚକତା କରି ଭୋଟ ପରିଚୟ ପତ୍ର ହାତେଇଥିବା ନକଲି ଭୋଟରଙ୍କ ଭିତରେ ଛନକା ପଶିଛି । ଏଥିସହ ଏହି ନକଲି ଭୋଟରଙ୍କୁ ଅସ୍ତ୍ର କରି ଲାଗାତାର ନିର୍ବାଚନ ଜିତି ଆସୁଥିବା ନେତା ବି ଏବେ ଚିନ୍ତାରେ । ବିଶେଷ କରି କେନ୍ଦ୍ରାପଡ଼ା ଓ ବାଲେଶ୍ଵର ଜିଲ୍ଲାରେ ଏହି ନକଲି ଭୋଟରଙ୍କ ସଂଖ୍ୟା ବେଶୀ ଥିବା ଅଭିଯୋଗ ହେଉଛି ।
ସମୁଦ୍ର ବାଟ ଦେଇ ଲକ୍ଷ ଲକ୍ଷ ବାଂଲେଦେଶୀ ଓଡ଼ିଶାରେ ପ୍ରବେଶ କରି ସମୁଦ୍ର କୂଳିଆ ଜିଲ୍ଲାଗୁଡ଼ିକରେ ସରକାରୀ ଜମି ମାଡ଼ି ବସି ବଂଶ ବଢାଇ ଚାଲିଛନ୍ତି । ତେବେ ପ୍ରଶାସନ ଓ ପୂର୍ବ ସରକାର ଏମାନଙ୍କୁ ଧରିବା ଓ ଦଣ୍ଡ ଦେବା ପରିବର୍ତ୍ତେ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରି ଆସୁଥିବା ଅଭିଯୋଗ ହୋଇଛି ।
ବାଲେଶ୍ଵର ଜିଲ୍ଲାର ୮୦ କିଲୋମିଟର ସମୁଦ୍ର ଉପକୂଳ ଚାନ୍ଦିପୁର, ବଳରାମଗଡ଼ି, ବାହାନଗା, ବାହାବଳପୁର ଏବଂ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଦୋସିଙ୍ଗା, ଚୂଡ଼ାମଣି, କସିଆ ଅଞ୍ଚଳରେ ବସବାସ କରୁଛନ୍ତି ଲକ୍ଷ ଲକ୍ଷ ବେଆଇନ୍ ବାଂଲାଦେଶୀ ଶରଣାର୍ଥୀ ।
📱 Get Argus News App
✨
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ରାଜନଗର ଆଦି ଅଞ୍ଚଳରେ ବେଆଇନ୍ ଭାବେ ରହୁଛନ୍ତି ବହୁ ବାଂଲାଦେଶୀ । ମାଛ ମାରିବା ବାହାନାରେ ଓଡ଼ିଶା ଉପକୂଳରେ ପହଞ୍ଚୁଛନ୍ତି । ତା'ପରେ ନିର୍ଦ୍ଦିଷ୍ଟ କିଛି ରାଜନୈତିକ ବ୍ୟକ୍ତିଙ୍କୁ ହାତେଇ ନକଲି ଅଧାର ଓ ଭୋଟର କାର୍ଡ କରି ସ୍ଥାୟୀ ବାସିନ୍ଦା ଭାବେ ଜାଗା ମାଡ଼ି ବସୁଛନ୍ତି ।
ବିହାର ଭଳି ଯଦି ଲକ୍ଷ ଲକ୍ଷ ନକଲି ଭୋଟର ତାଲିକାରୁ ବାଦ୍ ପଡ଼ିବେ । ଏମାନଙ୍କ ବଳରେ ଲଗାତାର ନିର୍ବାଚନ ଜିତି ଆସୁଥିବା ବହୁ ନେତାଙ୍କର ରାଜନୀତି ସଂକଟରେ ପଡ଼ିଯିବ । ସେଥିପାଇଁ SIRକୁ ନେଇ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିରୋଧ ଆରମ୍ଭ କଲେଣି ବିଜେଡି ଓ କଂଗ୍ରେସ । ତେଣୁ ବିହାର ଭଳି ଓଡ଼ିଶାରେ ବି ଏହାକୁ ନେଇ ଆଗରୁ ରାଜନୀତି ଜୋର ହେବା ଆଶଙ୍କା କରାଯାଉଛି ।