Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାତ ମାରିଲେ ଉଠି ଯାଉଛି ପିଚୁ, ଉଡୁଛି ଧୂଳି

Odisha

ହାତ ମାରିଲେ ଉଠି ଯାଉଛି ପିଚୁ, ଉଡୁଛି ଧୂଳି

Manini Pattanayak
Browse all articles by Manini Pattanayak
·2 years ago·2 min read
ହାତ ମାରିଲେ ଉଠି ଯାଉଛି ପିଚୁ, ଉଡୁଛି ଧୂଳି

 କେନ୍ଦୁଝର:  ହାତ ମାରିଲେ ଉଠି ଯାଉଛି ପିଚୁ, ଉଡୁଛି ଧୂଳି । ରାସ୍ତା ନିର୍ମାଣ ନାଁରେ ମହାଦୁର୍ନୀତି । ରାଜ୍ୟରେ 24 ବର୍ଷ ସ୍ଥିର ସରକାରରେ ବିକାଶର ଦୁର୍ଭାଗ୍ୟଜନକ ଚିତ୍ର । ରାସ୍ତା ନିର୍ମାଣ ନାଁରେ କାଗଜ କଲମରେ କାର୍ଯ୍ୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଛନ୍ତି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଅତ୍ୟନ୍ତ ନିମ୍ନମାନର ରାସ୍ତା କାମକୁ ପ୍ରବଳ ବିରୋଧ କରିବା ସହ ଅଧାରୁ କାମ ବନ୍ଦ କରାଇଦେଇଛନ୍ତି ଲୋକେ । ରାସ୍ତା କାମ ନକରି 8 ମାସ ପୂର୍ବରୁ ମିଛ ବିଲ କରି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ  ପରେ ତରବରିଆ ଭାବେ ରାତିରେ ରାସ୍ତାରେ ପିଚୁ ଢାଳି ଦେଇଥିଲେ ଠାକାଦାର । ଏହାକୁ ନେଇ ବଢୁଛି ଲୋକଙ୍କ ଅସନ୍ତୋଷ। ଠିକ୍ ଭାବେ ରାସ୍ତା ତିଆରି ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। 

ସ୍ବାମଠାରୁ ଖମୁଆ ପର୍ଯ୍ୟନ୍ତ ରାସ୍ତା କାମ ପାଇଁ 2021-22ରେ ଗଜେନ୍ଦ୍ର  ସାହୁ ନାମକ ଠିକାଦାରଙ୍କୁ ଟେଣ୍ଡର ମିଳିଥିଲା । ବିନା କାମରେ ଜେଇ ବିନୋଦ ଦାସଙ୍କ ମଞ୍ଜୁରୀ ପରେ ଗତବର୍ଷ ମେ ମାସରେ ବିଲ୍ ପୈଠ ହୋଇଥିଲା । ଦୁଇଟି ପ୍ୟାକେଜରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 73 ଲକ୍ଷ 26 ହଜାର ଟଙ୍କା ଠିକାଦାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଗ୍ରିମ ପୈଠ ହୋଇଛି । ପ୍ରଶ୍ନ ଠିକାଦାରଙ୍କୁ ଆକାଉଣ୍ଟକୁ କେମିତି ଅଗ୍ରୀମ ଟଙ୍କା ପଇଠ କଲେ ସରକାରୀ ବାବୁ ? କାହିଁକି ନିୟମର ଉଲ୍ଲଂଘନ କଲେ। ସେପଟେ ଠିକାଦାର କିନ୍ତୁ ଅଭିଯୋଗ ଖଣ୍ଡନ କରୁଛନ୍ତି, ଅଫିସରଙ୍କ ତାଗିଦ୍ ପରେ ହାତରୁ ଖର୍ଚ୍ଚ କରି ପୁଣିଥରେ କାମ କରୁଥିବା ସଫେଇ ଦେଇଛନ୍ତି । କ୍ୟାମେରା ଆଗରେ କିନ୍ତୁ ମୁହଁ ଖୋଲିନାହାନ୍ତି ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଦାସ ।
ବିଜେଡି ଶାସନରେ T ଫର ଟିମ୍ ୱାର୍କରେ ଚାଲିଛି ଲୁଟ୍ । ମିଳିମିଶି ଟଙ୍କା ଖାଉଛନ୍ତି ଅଧିକାରୀ, ଠିକାଦାର ଓ ଯନ୍ତ୍ରୀ ।  ଯାହାର ପରିଣାମ ଭୋଗୁଛନ୍ତି ଜନତା । ଉପକୂଳଠୁ ଉପାନ୍ତ ସବୁଠି ଦୁର୍ନୀତିର ମାଳମାଳ ଉଦାହରଣ। ଅନ୍ୟପଟେ  24 ବର୍ଷ ହେଲା ଦୁର୍ନୀତି ବିରୋଧରେ ମିଛ ପ୍ରଚାରରେ ବ୍ୟସ୍ତ ବିଜେଡି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If you hit your hand, it will go up and dust will fly. Big corruption in the name of road construction. | Argus English