Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତି ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ

Odisha

ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତି ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ

Jitendra Dash
Browse all articles by Jitendra Dash
·2 years ago·2 min read
ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତି ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ

ଅର୍ଗସ ବ୍ୟୁରୋ : ଗତ ଦୁଇଦିନ ତଳେ ରାଜ୍ୟ ସରକାର ରାଜ୍ୟ କ୍ୟାବିନେଟ୍‌ରେ ଏକ ଅତ୍ୟନ୍ତ ଅଗତାନ୍ତ୍ରିକ ଓ ଆଦବାସୀ ବିରୋଧୀ ନିଷ୍ପତି ନେଇଛନ୍ତି । ଆଦିବାସୀଙ୍କ ଜମି ଏବେ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ନିଆଯାଇଥିବା ଏହି ନିଷ୍ପତି କାହା ସ୍ୱାର୍ଥରେ? ଆଦିବାସୀମାନେ କିଭଳି ସେମାନଙ୍କର ସର୍ବସ୍ୱ ହରାଇବେ ସେଥିପାଇଁ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର । ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକି ଦେବାର ଯେଉଁ ଷଡଯନ୍ତ୍ର ରାଜ୍ୟ ସରକାର କରିଛନ୍ତି ଏହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ବିରୋଧ କରିବ ବୋଲି ନବରଙ୍ଗପୁର ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ ସରକାର ଏବେ ଯେଉଁ ନିଷ୍ପତି ନେଇଛନ୍ତି ଏଥିପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି । ବିଧାନସଭାରେ ମଧ୍ୟ କେବେ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି । ତାହାଲେ ସରକାର କାହା ଚାପରେ ଏହି ନିଷ୍ପତି ନେଇଛନ୍ତି । ଏପରିକି ସରକାର କହୁଛନ୍ତି ଯେ, ଏହି ପ୍ରସଙ୍ଗରେ “ଟ୍ରାଇବାଲ ଆଡଭାଇଜରି କମିଟି” ବୈଠକରେ ଆଲୋଚନା କରାଯାଇଥିଲା ଯାହା ଏକ ଡାହା ମିଛ କଥା । ମୁଁ ନିଜେ ଏହି “ଟ୍ରାଇବାଲ ଆଡଭାଇଜରି କମିଟି”ର ଜଣେ ସଦସ୍ୟ । କେଉଁ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଲାଭ ପଂହଚାଇବା ପାଇଁ ସରକାର ଏଭଳି ମିଛ କହୁଛନ୍ତି ତାହାର ସ୍ପଷ୍ଟୀକରଣ ରଖନ୍ତୁ । ବିଗତ ଦିନମାନଙ୍କରେ ଅନେକ ଜାଗାରେ ଆଦିବାସୀମାନଙ୍କ ଜମିକୁ ବିଭିନ୍ନ ଅସାଧୁ ବ୍ୟକ୍ତିମାନେ ବେନାମି ନାମରେ କିଣିଛନ୍ତି । ରାଜ୍ୟ ସରକାର ଏବେ ଏହି ଆଇନ ଆଣି ସେହି ଅସାଧୁ ଜମି ମାଫିଆମାନଙ୍କ ବେନାମି ଜମିକିଣା ବିକାକୁ ଆଇନ ସମ୍ମତ କରିବା ପାଇଁ ଯାଉଛନ୍ତି । ଏହି ଆଇନ ଲାଗୁ ହେଲେ ସେହି ବେନାମି କିଣା ବିକାର ପଟ୍ଟା ସେହି ଅସାଧୁ ଜମି ମାଫିଆମାନଙ୍କୁ ମିଳିଯିବ ଏବଂ ଆଦିବାସୀମାନେ ସର୍ବସ୍ୱ ହରାଇବେ ବୋଲି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଗରୁ ଆଦିବାସୀମାନେ ଅଭାବି ଓ ଗରିବୀ କାରଣରୁ ନିଜର ଜମିକୁ ଶାଗ, ମାଛ ମୂଲ୍ୟରେ ବିକ୍ରି କରିଦେଇ ସର୍ବସ୍ୱ ହରାଇ ନିଶ୍ୱ ହୋଇଯାଉଥିଲେ । ଯାହା ଫଳରେ ଆଦିବାସୀମାନଙ୍କ ଜମି ବିକ୍ରି ଉପରେ ସାମ୍ବିଧାନିକ ପ୍ରତିବନ୍ଧକ ଲଗାଯାଇଥିଲା । ଆଦିବାସୀମାନଙ୍କର ନିଜସ୍ୱ ଅଳ୍ପ ଜମି ଛଡା ପ୍ରାୟତ ଅନ୍ୟ କିଛି ସମ୍ପତି ନାହିଁ ଓ ସେମାନେ ସେହି ଜମି ଉପରେ ନିର୍ଭରଶୀଳ । ରାଜ୍ୟ ସରକାର ଆଣିଥିବା ଏହି ନିୟମ ଲାଗୁ ହେଲେ ଆଦିବାସୀମାନେ ସେମାନଙ୍କର ଜମି ହରାଇବେ । ଯଦି ଆଦିବାସୀମାନେ ତାଙ୍କ ଜମି ହରାନ୍ତି ତାହାଲେ ସେମାନେ ଜୀବନ ଜୀବିକା ହରାଇବେ । ବିଜୁ ଜନତା ଦଳ ସରକାର ଏକ ଆଦିବାସୀ ବିରୋଧୀ ସରକାର ବୋଲି ଶ୍ରୀ ଗଣ୍ଡ କହିଛନ୍ତି । 

ଏହି ଆଦିବାସୀ ବିରୋଧୀ ନିଷ୍ପତି ଯଦି ରାଜ୍ୟ ସରକାର ପ୍ରତ୍ୟାହୃତ ନକରନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜ୍ୟର ସମସ୍ତ ଆଦିବାସୀ ସମାଜମାନଙ୍କୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି । ଏହି ଅବସରରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । 

Argus Whatsapp Channel Mobile Top
Sponsored
If the tribal land sale decision is not withdrawn, the movement will be widespread | Argus English