Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯଦି ପରିବାର ଭାବନ୍ତି ତାହାଲେ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ

Odisha

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯଦି ପରିବାର ଭାବନ୍ତି ତାହାଲେ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ

Ritu Das
Browse all articles by Ritu Das
·2 years ago·2 min read
ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯଦି ପରିବାର ଭାବନ୍ତି ତାହାଲେ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ

Key Points

    ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ ଧାରା ୩୦୨ ମାମଲା ରୁଜୁ କରାଯାଉ
    କାହା ଚାପରେ ପୋଲିସ କାମ କରୁଛି?
    ଦୁର୍ଘଟଣାଗସ୍ତ ଗାଡିର ମାଲିକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ
 

ଅର୍ଗସ ବ୍ୟୁରୋ: ଯେତେବେଳେ ଲୋକ ଜଣେ କଳାଟଙ୍କାର ପାହାଡ ଉପରେ ଛିଡା ହୁଏ ତାକୁ ସାଧାରଣ ଲୋକର ଜୀବନ ପୋକମାଛି ଭଳି ଲାଗେ । ଯାହାର ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ ହରାଇଥିବା ଲୋପାମୁଦ୍ରା ସାହୁ । ଲୋପାମୁଦ୍ରା ୩ଦିନ ଧରି ହସ୍ପିଟାଲ ବେଡ୍‌ରେ ଜୀବନ-ମରଣ ସହ ସଂଗ୍ରାମ କରୁଥିଲେ ମଧ୍ୟ ୨୩ବର୍ଷର ନବୀନ ସରକାର ସାମାନ୍ୟତମ ସମବେଦନା ଜଣାଇଲେ ନାହିଁ କି ପରିବାର ଲୋକଙ୍କୁ ସାହାଯ୍ୟ କଲେ ନାହିଁ । ସମସ୍ତେ ଜାଣିଛନ୍ତି ଦୁର୍ଘଟଣା ଘଟାଇଥିବା ଗାଡି କାହାର ଓ ମାଲିକ କିଏ? ହେଲେ କମିଶନରେଟ୍ ପୋଲିସ ସମସ୍ତ ପ୍ରମାଣ ରଖିବି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଆଜି ଝାରସୁଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଦୁର୍ଘଟଣାଗସ୍ତ ଗାଡିର ମାଲିକାନା ଏକ କମ୍ପାନୀ ନାଁରେ ରହିଛି । ଏହି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ । ଭୁବନେଶ୍ୱରରେ ଘଟିଥିବା ହିଟ୍ ଆଣ୍ଡ ରନ୍ ଘଟଣାରେ ଥିବା ଅଭିଯୁକ୍ତ କିଏ? ଏହି ରେଞ୍ଜ ରୋଭର ଗାଡିଟି କାହାର? ଦୁର୍ଘଟଣା ଘଟିଲା ପରେ ଗାଡି ମାଲିକ ଘଟଣା ସ୍ଥଳକୁ କାହିଁକି ଚମ୍ପଟ ମାରିଲେ? ପୋଲିସ ପ୍ରଥମେ ଯେଉଁ ଗାଡି ନମ୍ବର ଦେଇଥିଲା ତାକୁ କାହିଁକି ବଦଳାଇ ଦେଲା? ସିସିଟିଭି ଭିଜୁଆଲକୁ କମିଶନରେଟ୍ ପୋଲିସ ଲୁଚାଉଛି କାହିଁକି? କାହା ଚାପରେ ପୋଲିସ ଏପରି କାମ କରୁଛି? ମୁଖ୍ୟମନ୍ତ୍ରୀ ନବୀନ ବାବୁ ସର୍ବଦା କୁହନ୍ତି ସାରା ଓଡ଼ିଶାଲୋକ ତାଙ୍କ ପରିବାର । ଯଦି ସତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବନ୍ତି ତାହାଲେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରନ୍ତୁ ।

ସର୍ବଦା ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ମତ ସ୍ପଷ୍ଟ ଅଛି । ଏହିପରି ହତ୍ୟା ଅପରାଧରେ ଆଇପିସି ୩୦୨ ରୁଜୁ କରାଯାଇପାରିବ । ସେହିପରି ଆଇପିସି ଧାରା ୨୭୯, ୩୦୪ଏ, ୩୩୮ରେ ମଧ୍ୟ ମାମଲା ରୁଜୁ ହେବା କଥା । କିନ୍ତୁ ଯୁବତୀଙ୍କ ମୃତ୍ୟୁର ପ୍ରମାଣ ଥାଇ ବି ପୋଲିସ କେଉଁ ରହସ୍ୟମୟ କାରଣ ପାଇଁ ଚୁପ୍ ବସିଛି ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର

Sponsored
If the Chief Minister | Argus English