ସରକାରୀ ସଭାରେ ଦଳୀୟ ପ୍ରଚାର?

Key Points
- ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର
- କଟକରେ ବିଜେଡି ଜିତିବ ବୋଲି ପାଣ୍ଡିଆନ କେମିତି ଜାଣିଲେ ?
- ଆକାଶରୁ ସ୍ଵପ୍ନ ଦେଖିଲେ, ବାସ୍ତବତାରେ କଣ ପୂରଣ ହୁଏ ?
ଅର୍ଗସ ବ୍ୟୁରୋ: ସରକାରୀ କାର୍ଯ୍ୟକ୍ରମରେ ଆଜି ପୁଣି ଦଳୀୟ ପ୍ରଚାର କଲେ ଫାଇଭ-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଚେୟାରମ୍ୟାନ ଭି.କେ ପାଣ୍ଡିଆନ । କହିଲେ ତ କହିଲେ ପୁଣି ବିଜେଡି ବିଜୟ ହେବ ବୋଲି ଦମ୍ଭୋକ୍ତି ବି ଦେଖାଇଲେ । ହେଲେ ସରକାରୀ କାର୍ଯ୍ୟକ୍ରମରେ ସେ କେମିତି ଦଳୀୟ ପ୍ରଚାର କଲେ ତାହାକୁ ନେଇ ଜୋର ଧରିଲାଣି ରାଜନୀତି ।
କଟକରେ ବିଜେଡି ସବୁ ଆସନରେ ବିଜୟ ହେବ । ହେଲେ ପାଣ୍ଡିଆନ ବୋଧହୁଏ ଭୁଲିଯାଇଛନ୍ତି କି କଟକ-ବାରବାଟୀ କଂଗ୍ରେସର ଷ୍ଟାଣ୍ଡିଂ ଏମଏଲଏ ମହମ୍ମଦ ମୋକିମଙ୍କର ଏବେ ସହରରେ ଭାରି ଦବଦବା ରହିଛି । କାରଣ ସିଏମସି ଲୋକଙ୍କ ସହ ଯେମିତି ଖେଳ ଖେଳିଛି, ଜାଣିଶୁଣି ଲୋକଙ୍କ ମୃତ୍ୟୁମୁଖକୁ ଠେଲି ଦେଇଛି ତାହାକୁ ନେଇ କଟକିଆଙ୍କ ମନରେ ପ୍ରବଳ ଅସନ୍ତୋଷ ରହିଛି । ଅସନ୍ତୋଷ କେବଳ ଏତିକି ନୁହେଁ ବରଂ ଜାଇକା ପ୍ରକଳ୍ପ ବର୍ଷବର୍ଷ ଧରି ସରୁନଥିବାରୁ ବର୍ଷାଦିନେ କେମିତି ନାଳପାଣିରେ ଆକ୍ତାମାକ୍ତା ହୁଅନ୍ତି କଟକିଆ ତାହା ଆଉ କହିବା ଦରକାର ନାହିଁ ।
ଇଏ ତ ଗଲା ମେୟରଙ୍କ ଉପରେ ଥିବା ଲୋକଙ୍କ ଅସନ୍ତୋଷ । ଏମିତିକି ସ୍ଥାନୀୟ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ନେଇ ଦଳ ମଧ୍ୟରେ ଅନେକ କନ୍ଦଳ ବି ରହିଛି । ତେଣୁ ବିଜେଡି ସେଠି କେମିତି ଜିତିବ ତାହା ଜଳଜଳ ହୋଇ ଦିଶୁଛି । ଆଉ ଏହାରି ଭିତରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିସାରିଛନ୍ତି ଖୁବଶୀଘ୍ର କଂଗ୍ରେସର ତିନିନେତାଙ୍କ ଉପରୁ ହଟିବ ନିଲମ୍ବନ ନିର୍ଦ୍ଦେଶ । ତେଣୁ ମୋକିମ୍ ଫର୍ମକୁ ଆସିଲେ ବିଜେଡି ନେତାଙ୍କର ସ୍ଥିତି ସଙ୍ଗୀନ ହେବ ।
📱 Get Argus News App
✨ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଜେଡିର କନ୍ଦଳ ସେତିକି ବଢୁଛି । ପୂର୍ବରୁ ଆମେ ଦେଖିଛନ୍ତି ସାରା ରାଜ୍ୟରେ କେମିତି ଦଳୀୟ କନ୍ଦଳରେ ଆକ୍ତାମାକ୍ତା ହେଲେଣି ନେତା । ଆଉ ଏହାରି ଭିତରେ ବିଜେଡିକୁ ନେଇ ପାଣ୍ଡିଆନ ଯେମିତି ବାହାସ୍ଫୋଟ ମାରୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ କେବଳ ମିଛ କହିବାରେ ବ୍ୟସ୍ତ ବିଜେଡି ନେତା ।