Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ଓ ନେତା ବିଜେପିରେ ହେଲେ ସାମିଲ

Odisha

ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ଓ ନେତା ବିଜେପିରେ ହେଲେ ସାମିଲ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ଓ ନେତା ବିଜେପିରେ ହେଲେ ସାମିଲ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମ୍ବଲପୁର ଜିଲ୍ଲା ପୂର୍ବତନ ବିଜେଡି ସଭାପତି ଡ.ପ୍ରମୋଦ ରଥ  ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ସମ୍ବଲିପୁର ଜିଲ୍ଲାର ବିଜେଡି ନେତ୍ରୀ ତଥା ସମାଜସେବୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ରେଙ୍ଗାଲିସ୍ଥିତ ‘ଓଁ ସାଇ ସ୍ୱଂୟ ସହାୟକ ଗୋଷ୍ଠୀ’ର ସୁଜାତା ସିଂ, ‘ଆଶୀର୍ବାଦ ସ୍ୱୟଂ ସହାୟକ ଗୋଷ୍ଠୀ’ର ସବିତା ମହାନନ୍ଦ, ପୂର୍ବତନ ୱାର୍ଡ ମେମ୍ବର କୃଷ୍ଣଚନ୍ଦ୍ର ଗର୍ଡିଆ ଓ ମଞ୍ଜୁ ଗର୍ଡିଆ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ଅନୁପ୍ରାଣିତ ହେବା ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାଙ୍ଗଠନିକ କାର୍ଯ୍ୟ ଓ ବିଜେପି ସରକାର ଓଡ଼ିଶା ପ୍ରତି ଦେଉଥିବା ପ୍ରାଧାନ୍ୟ ପାଇଁ ବିଜେପି ଯୋଗ ଦେଇଛି । ଓଡିଶାରେ ଯେଉଁ ଭ୍ରଷ୍ଟାଚାର, ଦୁର୍ନୀତି ସରକାର ଚାଲିଛି ତାହାକୁ ଯଥାଶୀଘ୍ର ବିଜେପି ଗାଦିଚ୍ୟୁତ କରିବ ବୋଲି ଡ.ପ୍ରମୋଦ ରଥ କହିଛନ୍ତି ।

କୋରାପୁଟ ଜିଲ୍ଲାର ପୂର୍ବତନ ଯୁବ ଛାତ୍ର କଂଗ୍ରେସ ସଭାପତି ତଥା ପୂର୍ବତନ ଅଖିଳ ଭାରତୀୟ କଂଗ୍ରେସ ସଦସ୍ୟ ରବୀନ୍ଦ୍ର ମହାପାତ୍ର ଏବଂ ପି.ଗୋପାଳ ରାଓ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ବରଗଡ ଜିଲ୍ଲା ଅତାବିରା ବ୍ଲକର ମଧୁସୂଦନ ଶର୍ମାଙ୍କ ନେତୃତ୍ୱରେ କମଳା ବାଙ୍କ, ପ୍ରତାପ ଛୁରୀଆ, ବିପିନ ଭୋଇ, ଅଜୟ କୁମାର ବାଙ୍କ, ସୁଧୀର ଦାସ, କିଶୋରୀ ଗରତିଆ, ମୋନଜ କୁମାର ଶର୍ମା, ସୁରେଶ କର୍ଣ୍ଣ, ସ୍ୱାଗତ ମିଶ୍ର, ବୁଲୁ ନାଗ, ଶୁଭେନ୍ଦୁ ନାୟକ,ମହନିଶ ବେହେରା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲା (ଘୁମୁସୁର)ର ବିଶିଷ୍ଠ ଚିକିତ୍ସକ ଡାକ୍ତର ବସନ୍ତ କୁମାର ଦାସଙ୍କ ସମେତ ରଞ୍ଜନ କୁମାର ଜେନା, ଲେସି ମହାପାତ୍ର, ଦୁର୍ଯ୍ୟୋଧନ ମହାନ୍ତି, ଦିନବନ୍ଧୁ ସେଠୀ, ଶଙ୍କର ବିଶ୍ୱାଳ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ବିଧାୟକ ରବି ନାୟକ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଅଶୋକ ମିଶ୍ର ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
Hundreds of workers and leaders of BJD and Congress joined BJP | Argus English