ହାଡ଼ିଆ ପଠା ସରକାରୀ ଜମି ଜାଲିଆତି କରି କୋଟି କୋଟି ଟଙ୍କା ହଡପ୍

ଅର୍ଗସ ବ୍ୟୁରୋ : ବାଲିଯାତ୍ରା ତଳ ପଡ଼ିଆ ନିକଟ ହାଡ଼ିଆ ପଠା ସରକାରୀ ଜମି ଜାଲିଆତି ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ସିଏମସିର ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ୍ ଜାଲିଆତି କରି କୋଟି କୋଟି ଟଙ୍କା ହୋଇଛି ହଡପ୍ । ଶହେ ଏକର ଜମିର ଜାଲ୍ କାଗଜପତ୍ର ପ୍ରସ୍ତୁତ କରାଯାଇଛି । ସରକାରୀ ଜମିକୁ ବିକ୍ରି କରି କୋଟି କୋଟି ଟଙ୍କା ପକେଟରେ ପୁରାଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତରବରିଆ ଭାବେ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ କ୍ରାଇମବ୍ରାଞ୍ଚ ମୁଁହ ଖୋଲିନି । ସେପଟେ ଏହି ଦୁର୍ନୀତିରେ ବଡ଼ ବଡିଆଙ୍କ ହାତ ରହିଥିବା କହି ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ହାଡ଼ିଆ ପଠା ଜମି ଜାଲିଆତି ନେଇ ଅଭିଯୋଗ ହେବା ପରେ ମାମଲାର ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥାର ଏକ ୬ ଜଣିଆ ଟିମ ଦୁଇ ଦିନ ଧରି ସିଏମସି କାର୍ଯ୍ୟାଳୟକୁ ଯାଇ ପଚରାଉଚରା କରି ଫେରିଛନ୍ତି ।
📱 Get Argus News App
✨ତେବେ ହାଡ଼ିଆ ପଠାରେ ୪୦୦ ଏକର ଜମିକୁ ବରଫି ଯୋଜନାରେ ସାମିଲ କରିଥିଲା ଜିଲ୍ଲା ପ୍ରଶାସନ । ହେଲେ ସଂରକ୍ଷିତ ସରକାରୀ ଜମି ମଧ୍ୟରୁ ପ୍ରାୟ ୧୦୦ ଏକର ଜମିକୁ ଜମି ମାଫିଆମାନେ ଜାଲିଆତି କରି ଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାପାଳ କହିଛନ୍ତି ଜମି ଜାଲିଆତି ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଏକର ଏକର ଜମି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ଜଣେ ଦୁଇ ଜଣ ଜମି ମାଫିଆଙ୍କୁ ଗିରଫ କରି ଚୁପ ବସୁଛି ନା ଏଥିଲେ ସମ୍ପୃକ୍ତ ଅସାଧୁ ଅଫିସରଙ୍କୁ ତଦନ୍ତ ପରିସର ଭୁକ୍ତ କରୁଛି ତାହା ଦେଖିବା କଥା ।