|
logo
Live

Argus News - କଲେଜରେ ମହୁମାଛି ଆତଙ୍କ : କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ବିଧାୟକ, ଛାତ୍ର ଛାତ୍ରୀ ଓ ଅଧ୍ୟାପକ

Odisha

କଲେଜରେ ମହୁମାଛି ଆତଙ୍କ : କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ବିଧାୟକ, ଛାତ୍ର ଛାତ୍ରୀ ଓ ଅଧ୍ୟାପକ

Jitendra Dash
Browse all articles by Jitendra Dash
·2 years ago·1 min read
କଲେଜରେ ମହୁମାଛି ଆତଙ୍କ : କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ବିଧାୟକ, ଛାତ୍ର ଛାତ୍ରୀ ଓ ଅଧ୍ୟାପକ

ଅର୍ଗସ ବ୍ୟୁରୋ : କଲେଜରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ହଟହଟା ହେଲେ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ମହୁ ମାଛି ଆକ୍ରମଣରେ ଆୟୋଜିତ ହେବାକୁ ଥିବା ନବୀନ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ ହୋଇ ଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମହୁ ମାଛି ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ, ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ମାନେ ଏଣେ ତେଣେ ଦୌଡି ଦୌଡି ଯାଉଥିବା ଦେଖିବାକୁ ମିଳିଛି । କିଛି ଛାତ୍ରଛାତ୍ରୀଙ୍କୁ ମହୁମାଛି ମାରିବାରୁ ଛାତ୍ରଛାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । କଲେଜରେ ଏକ କ୍ରୀଡା କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଅଚାନକ କଲେଜ ପଡିଆରେ ମହୁ ମାଛି ଚାଲି ଆସିଥିଲେ ଯାହାକୁ ନେଇ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କଲେଜରେ ମହୁମାଛି ଆତଙ୍କ : କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ବିଧାୟକ, ଛାତ୍ର ଛାତ୍ରୀ ଓ ଅଧ୍ୟାପକ | Argus English