ଶତାଧିକ ମହିଳା ଓ ପୁରୁଷ କଲେ ପତାକା ଉତ୍ତୋଳନ
·2 years ago·1 min read

ମୟୁରଭଞ୍ଜ: ଜାତୀୟ ରାଜପଥ ମଝିରେ ପତାକା ଉତ୍ତୋଳନ। ଶତାଧିକ ମହିଳା ଓ ପୁରୁଷ କଲେ ପତାକା ଉତ୍ତୋଳନ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାକିଡି ପଞ୍ଚାୟତର ଦୀର୍ଘ ଦିନର ଦାବୀ ପୂରଣ ନ ହେବାରୁ ବାଙ୍ଗିରିପୋଷି ଛକ ଉପରେ ରାଜରାସ୍ତା ଅବରୋଧ କରି କରିଲେ ପତାକା ଉତ୍ତୋଳନ। ବିଦ୍ୟୁତ ପାଇଁ ଅବହେଳିତ ହୋଇ ପଡ଼ିରହିଛି ଚିକିଡି ପଞ୍ଚାୟତ।
ଦୀର୍ଘ ବର୍ଷରୁ ବିଡିଓ ଠାରୁ ଜିଲ୍ଲାପାଳ ପର୍ୟ୍ୟନ୍ତ ଦାବି ପତ୍ର ଦେଇ ଦେଇ କୌଣସି ସମାଧାନ ନହେବାରୁ ଶହ ଶହ ଗ୍ରାମବାସୀ ଜାନୁୟାରୀ ୨୬ ତାରିଖରେ ୪୯ ନଂ ଜାତୀୟ ରାଜପଥ ଅବରୋଧ କରି ରାସ୍ତା ମଝିରେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି। ସେପଟେ ରାଜପଥର ଉଭୟ ପଟେ ଶହ ଶହ ଟ୍ରକ, ବସ, ଛୋଟ ବଡ ଯାନ ଠିଆ ହୋଇଥିବା ଦେଖା ଯାଇଛି। ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: