Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଐତିହ ଏବେ ଅବହେଳିତ

Odisha

ଐତିହ ଏବେ ଅବହେଳିତ

Arpita Mohanty
Browse all articles by Arpita Mohanty
·2 years ago·2 min read
ଐତିହ ଏବେ ଅବହେଳିତ

Key Points

ଐତିହକୁ ବଡ଼ ଅବହେଳା
ଅବହେଳିତ ଅବସ୍ଥାରେ ରାଜଧାନୀର ପବିତ୍ର ପୁଷ୍କରିଣୀ
ସ୍ନାନତ ଦୂରର କଥା, ଛୁଇଁବାକୁ ବି ଚାହୁଁନାହାଁନ୍ତି ଭକ୍ତ ଓ ଶ୍ରଦ୍ଧାଳୁ

 

ଅର୍ଗସ ବ୍ୟୁରୋ : ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ମନ୍ଦିରରେ ଥିବା ପୁଷ୍କରିଣୀ ଗୁଡିକୁ ପବିତ୍ର ମନାଯାଏ ଆଉ କୁହାଯାଏ ଏହି ପୁଷ୍କରିଣୀ ଗୁଡ଼ିକ ପୁରାତନ ଐତିହ୍ୟକୁ ବହନ କରୁଥିବା ବେଳେ ଏଥି ସହ ଯୋଡ଼ି ହୋଇ ରହିଛି ବିଭିନ୍ନ କିମ୍ବଦନ୍ତୀ। କୁହାଯାଏ ଏହି ସବୁ ପବିତ୍ର ପୁଷ୍କରିଣୀରେ ସ୍ନାନ କରି ଦେବ ଦର୍ଶନ କଲେ ପୂଣ୍ୟ ମିଳିଥାଏ। କିନ୍ତୁ ଏହି ପୁଷ୍କରିଣୀ ଗୁଡ଼ିକ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି। ସ୍ନାନ କରିବା ତ ଦୂରର କଥା ଲୋକେ ପାଖକୁ ବି ମାଡୁନାହାଁନ୍ତି। ବିନ୍ଦୁସାଗର ଠାରୁ ଆରମ୍ଭ କରି ଦେବୀ ପାଦହରା, କୋଟି ତୀର୍ଥେଶ୍ଵର, କେଦାରଗୌରୀ, ଗୋସାଗରେସ୍ଵର , ଗୋଡ଼ି ପୋଖରୀ ଏବଂ ରାମେଶ୍ବର ଭଳି ଏକାମ୍ର କ୍ଷେତ୍ରରେ ­୨୨ରୁ ଉର୍ଦ୍ଧ ପବିତ୍ର ପୁଷ୍କରିଣୀ ରହିଛି।  କେଉଁଠି ପୁଷ୍କରିଣୀରେ ଦଳ ଭର୍ତ୍ତି ହୋଇଥିବା ବେଳେ ଆଉ କେଉଁଠି ପୁଷ୍କରିଣୀ ସଫେଇ ହେଉନାହିଁ। କେତେକ ସ୍ଥାନରେ ତ ଜବରଦଖଲ ଏବଂ କୋଠାବାଡି ନିର୍ମାଣ କାରଣରୁ ପୁଷ୍କରିଣୀ ଗୁଡ଼ିକର ଅସ୍ଥିତ୍ଵ ହଜିବାକୁ ବସିଲାଣି। କେଦାରଗୌରୀ ପୁଷ୍କରିଣୀରେ ସ୍ନାନ କରିବା ସହିତ ଏହାକୁ ପାନ କଲେ ପେଟ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସବୁ ପୁଷ୍କରିଣୀରେ ଏବେ ସ୍ନାନ କରିବା ଦୂରର କଥା ଚର୍ମ ରୋଗ ଭୟରେ ଏହାକୁ ସ୍ପର୍ଶ କରିବାକୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ବିମୁଖ ହେଉଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାର ଏବଂ ଭୁବନେଶ୍ଵର ମହାନଗର ନିଗମ କଳାପାହାଡ଼ ସାଜି ବିକାଶ ନାଁରେ ଐତିହ୍ୟକୁ ବଞ୍ଚାଇବା ବଦଳରେ ହଜାଇଦେବାକୁ ବସିଛନ୍ତି। ବିନ୍ଦୁ ସାଗର ଭଳି ହାତ ଗଣତି ଗୋଟେ ଯୋଡିଏ ପୁଷ୍କରିଣୀକୁ ଛାଡ଼ିଦେଲେ ଅନ୍ୟ ପୁଷ୍କରିଣୀର ବିକାଶ କରାଯାଉନାହିଁ। ବିଗତ ବର୍ଷ ଗୁଡ଼ିକରେ ଏକାମ୍ର କ୍ଷେତ୍ରରେ ବ୍ୟାପକ କୋଠାବାଡି ନିର୍ମାଣ କରାଯିବା ସହିତ ବୋରଓ୍ଵେଲ ମଧ୍ୟ ଖୋଳାଯାଉଛି। ପୁଷ୍କରିଣୀର ଜଳ ଉତ୍ସ ଗୁଡିକ ଏହାଦ୍ବାରା ବିଶେଷ ଭାବେ ପ୍ରଭାବିତ ହେଉଛି। ଜଳ ଉତ୍ସ ସମ୍ପୁର୍ଣ୍ଣ ଶୁଖିଗଲେ ମନ୍ଦିର ମାଳିନୀ ଭୁବନେଶ୍ୱରରେ ଥିବା ହଜାର ହଜାର ବର୍ଷର ପୁରାତନ କୀର୍ତ୍ତିରାଜି ଗୁଡିକ ପ୍ରତି ମଧ୍ୟ ବିପଦର ଆଶଙ୍କା ରହିଛି। ସରକାର ଏଥିପ୍ରତି ଧ୍ୟାନ ଦେଇ ପୁଷ୍କରିଣୀ ଗୁଡ଼ିକର ପୁନରୁଦ୍ଧାର କରନ୍ତୁ ବୋଲି ଐତିହ ଗବେଷକ ମାନେ ମତ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Historical place | Argus English