Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁପ୍ତ ଅବସ୍ଥାରେ ଏକମାତ୍ର ଇକୋ ଟୁରିଜିମ ପାର୍କ ହିର୍ଲି ଡ଼ଙ୍ଗରୀ

Odisha

ସୁପ୍ତ ଅବସ୍ଥାରେ ଏକମାତ୍ର ଇକୋ ଟୁରିଜିମ ପାର୍କ ହିର୍ଲି ଡ଼ଙ୍ଗରୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ସୁପ୍ତ ଅବସ୍ଥାରେ ଏକମାତ୍ର ଇକୋ ଟୁରିଜିମ ପାର୍କ ହିର୍ଲି ଡ଼ଙ୍ଗରୀ

ନବରଙ୍ଗପୁର:  ଚାଲିଛି ପର୍ଯ୍ୟଟନ ଋତୁ l କିନ୍ତୁ, ଚାରି ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଜିଲ୍ଲାର ଏକମାତ୍ର ଇକୋ ଟୁରିଜିମ୍ ପାର୍କିଂ ହିଲି ଡଙ୍ଗରୀ,  ବର୍ତମାନ ଏହା ସୁପ୍ତ ଅବସ୍ଥାରେ l ନିର୍ମାଣର ବର୍ଷକ ପରେ ପାର୍କର ପୁନରୁଦ୍ଧାର କିମ୍ବା ନବୀକରଣ ହୋଇପାରୁନି । ତେଣୁ, ପର୍ଯ୍ୟଟକ ଏହି ଇକୋ ଟୁରିଜିମ୍ ପାର୍କରୁ ମୁହଁ ଫେରାଉଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର l ଯାହାକୁ ନେଇଁ ନବରଙ୍ଗପୁର ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ର ନିଆଁ କୁହୁଳିବା ଦେଖାଦେଇଛି l   2019 ମସିହାରେ ଏହି ପାର୍କକୁ ଇକୋ ଟୁରିଜିମ୍ ମାନ୍ୟତା ମିଳିଥିଲା l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019 ଫେବ୍ରୁଆରି ମାସରେ ଏହାର ଉଦ୍‌ଘାଟନ କରିଥିଲେ l ସେହି ସମୟରେ ପାହାଡ଼ ଉପରେ ସୁନ୍ଦର ସୁନ୍ଦର ଫୁଲ ଗଛ ଲଗାଯିବା ସହିତ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା l

ଏଥିସହ ପାହାଡ଼ର ପଛପଟେ  ଏକ ଶିଡ଼ି ରାସ୍ତା କରାଯାଇ  ମିନି ପାର୍କର ବ୍ୟବସ୍ଥା କରାଯାଇଥିଲା l ପାର୍କ ନିର୍ମାଣ ବର୍ଷକ ପରେ ପାହାଡ଼ ଉପରେ ପଡ଼ିଥିବା ଲକ୍ଷାଧିକ ଟଙ୍କାର ସିମେଣ୍ଟ ପ୍ଲେଟ୍‌ଗୁଡିକ ନିମ୍ନମାନର କାମ ଯୋଗୁଁ ଭାଙ୍ଗିଯାଇଥିଲା। ପରେ ଭଙ୍ଗା ପ୍ଲେଟ୍‌ରେ ସିମେଣ୍ଟ ପରସ୍ତ ଦିଆଯାଇଛି l ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ଥିବା ଫୁଲ ଗଛ ଓ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଲଗାଯାଇଥିବା ଗଛଗୁଡିକ ମଧ୍ୟରୁ କିଛି ଶୁଖି ଗଲାଣି। ଆଉ କିଛି ପାଣି ଅଭାବରୁ ମରିବାକୁ ବସିଲାଣି l ପୂର୍ବରୁ ଦୈନିକ 150 ରୁ 200 ଜଣ ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଛୁଟି ଦିନରେ ପ୍ରାୟ 300 ପର୍ଯ୍ୟଟକ ଆସୁଥିଲେ । ପୂର୍ବେ ଟିକଟ କାଉଣ୍ଟରରେ ମାସିକ ଦେଢ଼ ଲକ୍ଷ ରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରି ସରକାର ରାଜସ୍ବ ପାଉଥିଲେ l

ତେବେ, ଗତ କିଛି ମାସ ହେଲା ଦୈନିକ 20 ରୁ 30ଜଣ ପର୍ଯ୍ୟଟକ ହିଁ ଆସୁଛନ୍ତି। ସେହିଭଳି ପୋଡ଼ସୀ କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଇକୋ ଟ୍ୟୁରୀଜିମ କୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ଆସୁଛି l ଅନ୍ୟପଟେ ହିର୍ଲି ଡ଼ଙ୍ଗରି ରେ ଅବ୍ୟବସ୍ଥା କଥା ନେଇଁ ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସ୍ୱୀକାର କରିଥିବା ବେଳେ ସେ ପର୍ଯ୍ୟଟନ ବିଭାଗ କୁ ଚିଠି ଲେଖିଥିବା କହିଛନ୍ତି l ଯେତେ ଶୀଘ୍ର ପର୍ଯ୍ୟଟନ ବିଭାଗ ଅର୍ଥ ପ୍ରଦାନ କରିବ ସେତେ ଶୀଘ୍ର ଏହି ପାର୍କ ର ପୁନଃଉଦ୍ଧାର କରାଯାଇ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରାଯିବାର ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 

Sponsored
Hirli Dungri is the only eco tourism park in dormant state | Argus English