Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହିନ୍ଦୁ ଏକତା ମଞ୍ଚର ହିନ୍ଦୁ ସୁରକ୍ଷା ସଚେତନତା ସଭା

Odisha

ହିନ୍ଦୁ ଏକତା ମଞ୍ଚର ହିନ୍ଦୁ ସୁରକ୍ଷା ସଚେତନତା ସଭା

Ritu Das
Browse all articles by Ritu Das
·2 years ago·1 min read
ହିନ୍ଦୁ ଏକତା ମଞ୍ଚର ହିନ୍ଦୁ ସୁରକ୍ଷା ସଚେତନତା ସଭା

ଅର୍ଗସ ବ୍ୟୁରୋ: ହିନ୍ଦୁ ମନ୍ଦିର ମାନଙ୍କରୁ ସରକାରଙ୍କ ଅଧିକାର ହଟିବା ଓ ଗୋରକ୍ଷକ ବିଚାରଧାରାକୁ କଡାକଡି ଭାବେ ପାଳନ କରାଯାଉ ବୋଲି ବକ୍ତବ୍ୟ ରଖିଥିଲେ ରାହାମା ସ୍ଥିତ ଶିଶୁ ମନ୍ଦିର ପରିସରରେ ଆୟୋଜିତ ହିନ୍ଦୁ ଏକତା ମଞ୍ଚ ସଭାରେ ଉପସ୍ଥିତ ଅତିଥିବୃନ୍ଦ। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ରାହାମା ଶିଶୁମନ୍ଦିର ଠାରେ  ଜିଲ୍ଲା ସଂଯୋଜିକା ସ୍ନେହମୟୀ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଆୟୋଜନ କରାଯାଇଛି ହିନ୍ଦୁ ଏକତା ମଞ୍ଚର ଜିଲ୍ଲାସ୍ତରୀୟ ସଚେତନ ସଭା। ଏହି ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅଣାକାର ଆଶ୍ରାମର ଅଧ୍ୟକ୍ଷ ସ୍ୱାମୀ ଶ୍ରୁତିସାଗର ମହାରାଜଜୀ । 

ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ଜେନା ମହୋଦୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସନ୍ୟାସିନୀ ମାତା ଅରୁନ୍ଧତୀ, ଆଡଭୋକେଟ ଗତିକୃଷ୍ଣ ଶତପଥୀ, ଉତ୍କଳ ସାହିତ୍ୟ ସଂଗଠନର ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ, ସହ ସଂଯୋଜକ ସୁରେନ୍ଦ୍ର ମହାନ୍ତି, ଶାସ୍ତ୍ରବିତ ପଣ୍ଡିତ ପ୍ରଶାନ୍ତ ଶତପଥି, ଚନ୍ଦ୍ରକାନ୍ତ ନାୟକ, ବ୍ରଜକିଶୋର ଜେନା, ଗଦାଧର ମହାରଣା, ଡକ୍ଟର ଅକ୍ଷୟ ମିଶ୍ର, ଡକ୍ଟର ପ୍ରଭାତ ସାହୁ, ଅଧ୍ୟାପକ ନିରଞ୍ଜନ ସାମଲ, ଆଡଭୋକେଟ ରଜତକାନ୍ତି ମିଶ୍ର। ଏହି ସଭାରେ ଗୋଲେଖ ଚନ୍ଦ୍ର ପଲେଇ ସଭାପତିତ୍ବ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପଣ୍ଡିତ ସିଦ୍ଧେଶ୍ବର ପଣ୍ଡା।  ହିନ୍ଦୁ ସୁରକ୍ଷା ଆଇନ ସହିତ ଗୋ-ସୁରକ୍ଷା ପାଇଁ ସଭାରେ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindu Security | Argus English