ପାହାଡ଼ିଆ ଜମିରେ ଫଳିବ ଅଧିକ ପ୍ରୋଟିନ୍ ଓ ଜିଙ୍କ ଯୁକ୍ତ ଧାନ

ଅର୍ଗସ ବ୍ୟୁରୋ: କଟକ ବିଦ୍ୟାଧରପୁସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ କରିଛନ୍ତି ବଡ଼ ଉଦ୍ଭାବନ। ଦୁଇଟି ଏମିତି ଧାନର କିସମ ବାହାର କରିଛନ୍ତି ଯାହା ଅପପୁଷ୍ଟି ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର ପ୍ରମାଣିତ ହେବ। ଖାସ୍ କଥା ହେଲା ମୋକୁଲ - 311 ଓ ସ୍ବର୍ଣ୍ଣାଞ୍ଜଳି- 411 ନାମକ ଏହି ନୂଆ କିସମର ଧାନରେ ପ୍ରୋଟିନ୍ ଓ ଜିଙ୍କର ପରିମାଣ ବେଶ୍ ଅଧିକ। କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଏହି ଦୁଇ ଧାନ କିସମର ପରୀକ୍ଷାମୂଳକ ଚାଷ ସଫଳ ହୋଇଥିବାବେଳେ ଅମଳ ବି ବେଶ୍ ଅଧିକ ହୋଇଛି। ଯାହାକୁ ନେଇ ଚାଷୀ ଖୁବ୍ ଖୁସି ।
କ୍ଷେତରେ ହସୁଥିବା ସୁନାର ଫସଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଚକଡ଼ା ପୋକକୁ ନେଇ ଚାଷୀ ଚିନ୍ତାରେ ଥିବାବେଳେ କୋରାପୁଟ ଜିଲ୍ଲାର ଏ ଚାଷୀମାନେ କିନ୍ତୁ ଖୁବ୍ ପ୍ରସନ୍ନ। କାରଣ ଏମାନଙ୍କୁ ମିଳିଯାଇଛି ରାମ ବାଣ। ଆଜ୍ଞା ହଁ। ଅମଳ, କିସମ ଓ ଧାନ ଉତ୍ପାଦନ ପରିମାଣ ନେଇ ଚିନ୍ତାରେ ଥିବା ଧାନ ଚାଷୀଙ୍କ ପାଇଁ ନୂଆ ଆଶାର କିରଣ ହୋଇ ଆସିଛି ଧାନର ଦୁଇଟି ନୂଆ ପ୍ରକାର ମୋକୁଲ - 311 ଓ ସ୍ବର୍ଣ୍ଣାଞ୍ଜଳି- 411। କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ।
କୋରାପୁଟ ଜିଲ୍ଲାର କୋଟପାଡ଼ ଓ ବୋରିଗୁମ୍ମା ଏବଂ ଓ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ଧାନ ଚାଷ କରାଯାଇଥିଲା। ଏବେ ଫସଲ ଅମଳ ହୋଇଛି। ଏବେ ଜାଣିନିଅନ୍ତୁ କଣ ରହିଛି ଏହି ଧାନର ସ୍ବତନ୍ତ୍ରତା। ଏହି ଦୁଇ ନୂଆ କିସମର ଧାନରୁ ପ୍ରସ୍ତୁତ ଚାଉଳରେ ସାଧାରଣ ଧାନଠାରୁ ଭିଟାମିନ ଓ ଜିଙ୍କ ରହିବ। ଅର୍ଥାତ୍ ଏହା ଏହାକୁ ଖାଇବା ଦ୍ବାରା ମିଳିବ ଅଧିକ ପୁଷ୍ଟି। ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଧାନ ଉପରେ ଗବେଷଣା ପାଇଁ ଅନୁଦାନ ଦିଆଯାଇଛି । ଏବଂ ଭୁବେନେଶ୍ବରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ ମାଧ୍ୟମରେ ଚାଷୀଙ୍କୁ ଏହି ଧାନ ବିହନ ବିତରଣ କରାଯାଇ ପରୀକ୍ଷାମୂଳକ ଚାଷ କରାଯାଉଛି।
ସବୁଠାରୁ ବଡ଼ କଥା ହେଲା ଏହି ଧାନର ଉତ୍ପାଦକତା। ଏକର ପିଛା 22 କ୍ବିଣ୍ଟା ଧାନ ଫଳିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିବାବେଳେ କୋରାପୁଟରେ ଚାଷୀ ପାଇଛନ୍ତି ଏକର ପିଛା 25 କ୍ବିଣ୍ଟାଲ ଫସଲ ଯାହାକୁ ନେଇ ଖୁବ୍ ଖୁସି ଚାଷୀ।
ଖର୍ଚ୍ଚ କମ୍, ଅମଳ ବେଶୀ। ଗୋଟିଏ ପଟେ ଏହା ଚାଷୀଙ୍କୁ ଲାଭ ଦେଉଥିବାବେଳେ, ଏଥିରେ ଥିବା ଅଧିକ ପ୍ରୋଟିନ୍ ଓ ଜିଙ୍କ ଏହି କିସମର ଧାନକୁ ଆଗାମୀ ଦିନରେ ଅଧିକ ବ୍ୟାପକ ଭାବେ ଗ୍ରହଣୀୟ କରିବ।
📱 Get Argus News App
✨ଓଡିଶା ଖବର ଆହୁରି ପଢନ୍ତୁ