Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଭିନ୍ନ ଅଞ୍ଚଳରେ ସକାଳଠାରୁ ଝିପିଝିପି ବର୍ଷା ଜାରି

Odisha

ବିଭିନ୍ନ ଅଞ୍ଚଳରେ ସକାଳଠାରୁ ଝିପିଝିପି ବର୍ଷା ଜାରି

Ritu Das
Browse all articles by Ritu Das
·2 years ago
ବିଭିନ୍ନ ଅଞ୍ଚଳରେ ସକାଳଠାରୁ ଝିପିଝିପି ବର୍ଷା ଜାରି

ଅର୍ଗସ ବ୍ୟୁରୋ: ବର୍ଷାରେ ଭିଜୁଛି ସୁବର୍ଣ୍ଣପୁର । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଭୋର୍ ସକାଳ ଠାରୁ ଝିପିଝିପି ବର୍ଷା ଜାରି ରହିଛି। ତା ସହ କୋହଲା ପାଗ ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବେଳେ ବେଳେ ବର୍ଷାର ପରିମାଣ ମଧ୍ୟ ବଢିବାରେ ଲାଗିଛି। ତେବେ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ନ ହୋଇ ପଡ଼ି ରହିଛି। ଯାହାକୁ ନେଇ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । 

ଠିକ୍ ସମୟରେ ମିଲର୍ସ ଆସୁ ନଥିବାରୁ ଧାନ ବିକ୍ରୟରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ଫଳରେ ଏବେ ଧାନ ଭିଜି ଯିବାର ଆଶଙ୍କା ରହିଛି। ପାଗ କୋହଲା ଥିବାରୁ ଶୀତ ମଧ୍ୟ ଅଧିକ ହୋଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rain continued | Argus English