Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦାରିଙ୍ଗବାଡିରେ ଘନ କୁହୁଡ଼ି, ଯାନବାହନ ଚଳାଚଳରେ ସମସ୍ୟା

Odisha

ଦାରିଙ୍ଗବାଡିରେ ଘନ କୁହୁଡ଼ି, ଯାନବାହନ ଚଳାଚଳରେ ସମସ୍ୟା

Smruti Parija
Browse all articles by Smruti Parija
·2 years ago
ଦାରିଙ୍ଗବାଡିରେ ଘନ କୁହୁଡ଼ି, ଯାନବାହନ ଚଳାଚଳରେ ସମସ୍ୟା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରାଇକିଆ ଓ ଜି. ଉଦୟଗିରିର ଆଖପାଖ ଅଞ୍ଚଳରେ ଆଜି ପୁଣି ଘନ କୁହୁଡି ଦେଖା ଦେଇଛି । ଫଳରେ ରାସ୍ତାରେ ୧୦ରୁ ୨୦ ଫୁଟ୍ ଦୂରରେ ଦେଖାଯାଉନଥିବାରୁ ଗାଡି ଚଳା ଚଳରେ ସମସ୍ୟା ଦେଖାଦେଇଛି ।

ଘନ କୁହୁଡି ଯୋଗୁଁ ଅନେକ ସମସ୍ୟା ଦେଖାଦେଇଛି । କୁହୁଡ଼ି ଯୋଗୁଁ  ସକାଳ ୧୦ଟା ପର୍ଯ୍ୟନ୍ତ ଅଞ୍ଚଳରେ ବଜାର ଗୁଡ଼ିକ ଖାଲି ଖାଲି ଲାଗୁଛି । ଘନ କୁହୁଡ଼ି ଯୋଗୁ ଦାରିଙ୍ଗବାଡ଼ି ଅଞ୍ଚଳରେ ବସ ସମେତ  ଆସୁଥିବା ପର୍ଯ୍ୟଟକମାନେ ୫୯ ଜାତୀୟ ରାଜପଥରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିବା କହିଛନ୍ତି । ତେବେ କୁହୁଡ଼ି ସହିତ ଶୀତକୁ ଦେଖି ପର୍ଯ୍ୟଟକମାନେ ଖୁସି ପ୍ରକାଶ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-fog-in-daringbadi | Argus English