Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୋକଙ୍କ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

Odisha

ଲୋକଙ୍କ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

Jitendra Dash
Browse all articles by Jitendra Dash
·2 years ago·2 min read
ଲୋକଙ୍କ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

ଲୋକଙ୍କ ରିଆକ୍ସନ ପରେ ଜିଲ୍ଲାପାଳ ମ୍ୟାଡ଼ମଙ୍କ ଆକ୍ସନ
ସଙ୍ଗେ ସଙ୍ଗେ ଅଭିଯୋଗ ପାଇଲେ ସଙ୍ଗେ ସଙ୍ଗେ ନିଲମ୍ବନ କଲେ 
ଯୋଗାଣ ସହାୟକଙ୍କୁ ମହଙ୍ଗା ପଡିଲା ଚାଉଳ ହେରଫେର କରିବା 
ସାତ ମାସର ଚାଉଳ କୁଆଡେ ଗଲା ତାକୁ ନେଇ ଉଠିଚି ପ୍ରଶ୍ନ ?
 

ଅର୍ଗସ ବ୍ୟୁରୋ : କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଯୋଜନା କରିଛନ୍ତି । କିନ୍ତୁ ଓଡ଼ିଶାରେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଗରିବ ହିତାଧିକାରୀ ଠିକ ସମୟରେ ଚାଉଳ ପାଇ ପାରୁନାହାନ୍ତି । ଚାଉଳ ନପାଇ ହଇରାଣ ହେଉଛନ୍ତି ଗରିବ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ବ୍ଲକ ତୋରା ପଞ୍ଚାୟତରେ । 

ଦୀର୍ଘ ୭ ମାସ ହେବ ଚାଉଳ ନପାଇ ଏହି ୱାର୍ଡର ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ସ୍ତାନୀୟ ସରପଞ୍ଚ ଓ ଯୋଗାଣ ସହାୟକ ଲୋକଙ୍କ ଠାରୁ ଆଇ ସ୍କାନ, ଫିଙ୍ଗର ପ୍ରିଣ୍ଟ ଓ ରାସନ ଖାତାରେ ଦସ୍ତଖତ ନେଇ ଚାଉଳ ଦେଉନଥିଲେ ତାସହ ଦିନ ପରେ ଦିନ ସମୟ ଦେଇ ଚାଲିଥିଲେ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ଚାଉଳ ପାଉନଥିବା ହିତାଧିକାରୀ ମାନେ । କୁଆଡେ ଗଲା ତାଙ୍କ ଚାଉଳ ନେଇ କରିଛନ୍ତି ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ବାରମ୍ବାର ସରପଞ୍ଚ ଓ ଯୋଗାଣ ସହାୟକଙ୍କୁ କହିଲା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଆଜି ଗାଁ ଲୋକେ ପ୍ରଥମେ ଜିଲ୍ଲା ଯୋଗାଣ ଅଫିସ ଓ ପରେ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ । ଗାଁ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବା ପରେ ସଙ୍ଗେ ସଙ୍ଗେ ଯୋଗାଣ ସହାୟକଙ୍କ ଉପରେ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ତୁରନ୍ତ ଯୋଗାଣ ସହାୟକଙ୍କୁ ନିଲମ୍ବନ କରିବା ସହ ହିତାଧିକାରୀଙ୍କୁ ସାତ ମାସର ଚାଉଳ ଯୋଗେଇ ଦେବାପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସୁଥିଛି । କିଭଳି ଏପରି ଘଟଣା ଆଗକୁ ନ ଘଟିବ ତା ଉପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ।
 

Sponsored
Hearing the complaints of the people, the District Magistrate took action | Argus English