Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଛାତ୍ର ବିରୋଧୀ କି ଓଡ଼ିଶା ସରକାର ?

Odisha

ଛାତ୍ର ବିରୋଧୀ କି ଓଡ଼ିଶା ସରକାର ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଛାତ୍ର ବିରୋଧୀ କି ଓଡ଼ିଶା ସରକାର ?

Key Points

  • ଗଛ ନାଁରେ ଲୁଟିବେ, ପିଲାଙ୍କୁ ଷ୍ଟାଇପେଣ୍ଡ ଦେବେନି
  • ପିଲାଙ୍କ ବିକାଶ ହେଲେ ନବୀନ ବାବୁଙ୍କ ଅସୁବିଧା କ'ଣ?

ଅର୍ଗସ ବ୍ୟୁରୋ: ରାଜ୍ୟକୁ ଲୁଟିବାକୁ ମସୁଧା କରିଛନ୍ତି ନବୀନ ସରକାର । ପ୍ରକଳ୍ପ ପରେ ପ୍ରକଳ୍ପ କରୁଛନ୍ତି, କୋଟି କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି । ହେଲେ କେମିତି ଶିକ୍ଷା କ୍ଷେତ୍ରରେ ବିକାଶ ହେବ ସେନେଇ କିନ୍ତୁ କିଛି ପ୍ଲାନ ନାହିଁ ରାଜ୍ୟ ସରକାରଙ୍କର । କାରଣ ପିଲାଙ୍କର ବିକାଶ ହେଲେ ତାମିଲନାଡୁ ଦାଦନ କିଏ ଯିବ ? ସେହି ଚିନ୍ତାରେ ବୋଧହୁଏ ରାଜ୍ୟ ସରକାର । 

ରାଜ୍ୟ ସରକାରଙ୍କର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନେଇ ଏବେ ସବୂୁଠି ଚର୍ଚ୍ଚା । ସ୍ଵାସ୍ଥ୍ୟ ବିଭାଗରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭାଗ ଯେତିକି ପରିମାଣର ଷ୍ଟାଇପେଣ୍ଡ ଦେବା ଲାଗି ନିଷ୍ପତ୍ତି କରିଛି । ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ପୂର୍ବରୁ ଯେଉଁ ଛାତ୍ରଛାତ୍ରୀଙ୍କୁ ମାସିକ ୨୫୦ ଟଙ୍କା ମିଳୁଥିବା ତାହା ଏବେ ୫୦୦ ଟଙ୍କା ହେବ । ଯେଉଁମାନଙ୍କୁ ୧ ହଜାର ମିଳୁଥିଲା ତାଙ୍କୁ ୨ ହଜାର, ୨୫୦୦ ଟଙ୍କା ମିଳୁଥିବା ଛାତ୍ରଛାତ୍ରୀଙ୍କୁ ୫ ହଜାର , ୭ ହଜାର ଟଙ୍କା ମିଳୁଥିବା ଛାତ୍ରଛାତ୍ରୀଙ୍କୁ ୧୦ ହଜାର ମିଳିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ହେଲେ ଏଠାରେ ପ୍ରଶ୍ନ, ରାଜଧାନୀର ସୌନ୍ଦର୍ଯ୍ୟକରଣ ଲାଗି ପଡୋଶୀ ରାଜ୍ୟରୁ ଟେଣ୍ଡର ଦେଇ କୋଟି କୋଟି ଟଙ୍କା ଆତ୍ମସାତ୍‌ ହୋଇଥିବା RTI ତଥ୍ୟରୁ ସୂଚନା ମିଳିଛି । ଏମିତିକି ରାଜ୍ୟରେ ମାଳମାଳ  ନର୍ସରୀ ଥିବା ପରେ ବି କାହିଁକି ପଡୋଶୀ ପ୍ରେମରେ ସରକାର ପଡିଲେ ତାହାକୁ ନେଇ ଚର୍ଚ୍ଚା ବି ବଢୁଛି । ହେଲେ ଏହାରି ଭିତରେ ଯେମିତି ଭାବରେ ଏ ସରକାର ଛାତ୍ର ବିରୋଧୀ ନୀତି ଆପଣାଉଛି ତାହା ଜଳଜଳ ହୋଇ ଦିଶୁଛି । ପ୍ରଥମେ ତ ଛାତ୍ର ସଂସଦ ନିର୍ବାଚନ ବନ୍ଦ କଲେ, ଏବେ ପୁଣି ଥରେ ଷ୍ଟାଇପେଣ୍ଡରେ ବି କାଣ୍ଟଛାଣ୍ଟ କଲେ । ଯାହାର ଜବାବ ଆଗାମୀ ନିର୍ବାଚନରେ ମିଳିବ ବୋଲି କହୁଛନ୍ତି ଛାତ୍ରଛାତ୍ରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
health department | Argus English