|
logo
Live

Argus News - ୮୫ ବର୍ଷ ବୟସରେ ଗୁରୁଡିଝାଟିଆ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି

Odisha

୮୫ ବର୍ଷ ବୟସରେ ଗୁରୁଡିଝାଟିଆ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି

Jitendra Dash
Browse all articles by Jitendra Dash
·2 years ago·1 min read
୮୫ ବର୍ଷ ବୟସରେ ଗୁରୁଡିଝାଟିଆ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି

ଅର୍ଗସ ବ୍ୟୁରୋ : ଆଠଗଡ଼ ଏବଂ ଟାଙ୍ଗୀ ଚୌଦ୍ଵାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡିଶା ପରିବହନ ନିଗମର ପୂର୍ବତନ ଅଧ୍ୟକ୍ଷ ଏବଂ ଆଠଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରସାନନ୍ଦ ସାହୁଙ୍କ ପରଲୋକ ଘଟିଛି । ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ୧୯୮୦ ମସିହାରେ ଆଠଗଡ଼ ଏବଂ ୧୯୮୫ ରୁ ୧୯୯୦ ଯାଏଁ ଟାଙ୍ଗୀ - ଚୌଦ୍ଵାରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରସାନନ୍ଦ ସାହୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ପହିଲି ପଞ୍ଚକରେ ୮୫ ବର୍ଷ ବୟସରେ ଗୁରୁଡିଝାଟିଆ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ୧୯୮୦ ମସିହାରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ପରିବହନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଥିଲା । ଆଠଗଡ଼ ଅଞ୍ଚଳର ବୃହତ୍ତର ସ୍ବାର୍ଥ ପାଇଁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଠଗଡରେ ଉପନିର୍ବାଚନ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡରୁ ବିଧାୟକ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ଖବର ପାଇ ଆଠଗଡ଼ ବିଜେପି ନେତା ଅଭୟ ବାରିକ ତାକୁ ପୈତୃକ ବାସଭବନ କାଦୁଆ ନୂଆଗାଁରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
 

Sponsored
୮୫ ବର୍ଷ ବୟସରେ ଗୁରୁଡିଝାଟିଆ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି | Argus English