|
logo
Live

Argus News - ଇଏ ଆଉ ଜଣେ ସାଲବେଗ: ଜଗା ପ୍ରେମରେ ଆରିଫ

Odisha

ଇଏ ଆଉ ଜଣେ ସାଲବେଗ: ଜଗା ପ୍ରେମରେ ଆରିଫ

Ritu Das
Browse all articles by Ritu Das
·2 years ago·2 min read
ଇଏ ଆଉ ଜଣେ ସାଲବେଗ: ଜଗା ପ୍ରେମରେ ଆରିଫ

ଅର୍ଗସ ବ୍ୟୁରୋ: ସେ ତ ଭକତ ଭାବରେ ବନ୍ଧା, ସେ ତ ଭକତ ଜୀବନ ଧନ। ଭକ୍ତ ଭାବାବେଗକୁ ପ୍ରଭୁ ଜଗନ୍ନାଥ ବୁଝି ପାରନ୍ତି ଆଉ ମନ ଜାଣି ଦର୍ଶନ ବି ଦିଅନ୍ତି । ଏମିତି ଅନେକ ଅନୁଭୂତି ରହିଛି। ଯିଏ ତାଙ୍କୁ ହୃଦୟରୁ ଖୋଜିଛି ସେ ପାଇଛି। ସେ ପଛେ ଯେ କେହିବି ହୁଅନ୍ତୁ , ଯେଉଁ ସମ୍ପ୍ରଦାୟ ଧର୍ମର ହୁଅନ୍ତୁ ନା କାହିଁକି। ସେମିତି ଜଗନ୍ନାଥଙ୍କ ଜଣେ ଭକ୍ତ ହେଲେ ଆରିଫ କଟକି। ଜଣେ ମୁସଲମାନ ହୋଇ ବି ଅତି ଆଶ୍ଚର୍ଯ୍ୟଜନକ ଭାବେ ଜଗନ୍ନାଥଙ୍କ ଉପରେ ଲେଖିଛନ୍ତି ଅନେକ କବିତା। ଆଉ ସେ ସବୁ କେମିତି ସମ୍ଭବ ହୋଇଛି ତାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କଟକ ଜିଲ୍ଲା ସାଲେପୁର ବ୍ଲକ କୁସମ୍ବି ଗାଁରେ ରୁହନ୍ତି ଆରିଫ କଟକି। ଅନେକ ବର୍ଷ ହେବ ବିଦେଶରେ ରୁହନ୍ତି ଆଉ ସେଇଠି ଚାକିରି କରନ୍ତି। ଏବେ ସେ ତାଙ୍କ ପୈତୃକ ଗାଁକୁ ଆସିଛନ୍ତି। ଜଣେ ସଚ୍ଚା ମୁସଲମାନ ସେ। ଜଗନ୍ନାଥଙ୍କ ପରମ ଭକ୍ତ ବି। ପୁରୀ ଯାଇଥିଲେ ଏମିତି ବୁଲିବା ପାଇଁ। ବଡ଼ ଦାଣ୍ଡରେ ଠିଆ ହୋଇ ମନ୍ଦିରକୁ ଦେଖୁଥିଲେ। ଶହ ଶହ ଭକ୍ତ ମନ୍ଦିର ଭିତରକୁ ଯାଉଥିଲେ। କି ଆନନ୍ଦ କି ଭକ୍ତିମୟ ପରିବେଶ। ତାଙ୍କର ବି ମନ ହେଇଥିଲା ସେ ଟିକେ ଯାଇଁ ଦେଖନ୍ତେନି। ହେଲେ ନିୟମ ଦୃଷ୍ଟିରୁ ମନ୍ଦିର ଭିତରକୁ ତାଙ୍କୁ ମନା। ସେଇଥି ପାଇଁ ବୋଧେ ଜଗନ୍ନାଥ ତାଙ୍କ ମନ କଥା ଜାଣିପାରିଲେ। ଘରେ ଆସି ସେଇ କଥା ଭାବି ଶୋଇପଡିଲେ ଆଉ ସକାଳୁ ଆପେ ଆପେ ମନକୁ ଆସିଲା ଅଜସ୍ର ଶବ୍ଦ। ସବୁଥିରେ ଜଗନ୍ନାଥଙ୍କ ବର୍ଣ୍ଣନା। ନିଜ ଶରୀର ଶ୍ରୀମନ୍ଦିରରେ ହୃଦୟ ପାଖରେ ଚତୁର୍ଦ୍ଧା ମୂର୍ତ୍ତି ଅଛନ୍ତି ଆଉ କିଭଳି ତାଙ୍କର ଦର୍ଶନ କରିବ ସେ ସବୁ ଲେଖିଛନ୍ତି କବିତାରେ।

ଆରିଫ ଆଗରୁ ଅନେକ କବିତା ଲେଖିଛନ୍ତି। ଅନେକ କବି ସମ୍ମିଳନୀ ସାହିତ୍ୟ ସଭାରେ ସମ୍ମାନିତ ହୋଇଛନ୍ତି। ହେଲେ କେଉଁ ଏକ ଅଜଣା ଶକ୍ତିର ପ୍ରଭାବରେ ସେ ଏ ସବୁ ଲେଖୁଛନ୍ତି ବୋଲି କହିଛନ୍ତି। ଏ ସବୁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆଲ୍ଲାଙ୍କ କୃପା ବୋଲି ସେ କହିଛନ୍ତି। ଆରିଫଙ୍କ ଅନେକ ହିନ୍ଦୁ ବନ୍ଧୁମାନେ ଆରିଫଙ୍କୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି। ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ଆରିଫଙ୍କ ଏଭଳି ବ୍ୟକ୍ତିତ୍ୱ ପାଇଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

 

Sponsored
ଇଏ ଆଉ ଜଣେ ସାଲବେଗ: ଜଗା ପ୍ରେମରେ ଆରିଫ | Argus English