ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ
·2 years ago

ଗଜପତି: ଗଜପତି ଗାରବନ୍ଧ ଥାନା ଅନ୍ତର୍ଗତ ଆମାରସିଂ ଗ୍ରାମରେ ହତ୍ୟା । ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୃତ ମହିଳାଙ୍କ ନାମ ଦୁସିଲା ଶବର । ଚିକିତ୍ସା କେନ୍ଦ୍ରକୁ ଆଣୁଥିବାବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଦୁସିଲାଙ୍କ ଝିଅ ପ୍ରିୟଙ୍କା ଶବର । ଗାରବନ୍ଧ ପୋଲିସ ମାମଲା ରୁଜୁ କରିବା ସହ ହତ୍ୟା ଅଭିଯୁକ୍ତ ଗୁରୁନାଥ ଶବରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ସ୍ୱାମୀ ଏପରି କାଣ୍ଡ ଭିଆଇଛି ସେ ନେଇ ସ୍ୱାମୀକୁ ପଚରାଉଚରା କରୁଛି ପୋଲିସ ।
ଆହୁରି ପଢନ୍ତୁ ଅପରାଧ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: