|
logo
Live

Argus News - ନୀଳକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

Odisha

ନୀଳକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନୀଳକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଅର୍ଗସ ବ୍ୟୁରୋ: ନଳୀକୁମ୍ପା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ। ଦେଢ଼ ଘଣ୍ଟା  ଧରି ଚାଲିଛି ଗୁଳିବିନିମୟ। ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ। ବୌଦ୍ଧ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ନୀଳକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଆଜି ମଧ୍ୟ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।ମାଓ ଦମନ କରିବା ପାଇଁ ଏସିଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି ।ଏହା ସହିତ ବୌଦ୍ଧ ଓ କଣ୍ଟାମାଲ ମାନମୁଣ୍ଡା ର sog ଯବାନ ଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁମ୍ପା ଗାଁ ପାଖ ସୁବର୍ଣ୍ଣଗିରି ଜଙ୍ଗଲରେ ଚାଲିଛି ଗୁଳିବିନିମୟ।  ସୁବର୍ଣଗିରି ଜଙ୍ଗଲରେ କିଛି ମାଓବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏସ୍‌ଓଜି ଯବାନ ଏବଂ ସ୍ଥାନୀୟ ପୋଲିସ । ତେବେ ପୋଲିସ ଜଙ୍ଗଲରେ ବୁଲୁଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଯବାନ । ଗତକାଲି ଠାରୁ ଏହି ଜଙ୍ଗଲରେ ସର୍ଚ୍ଚ ଅପେରେସନ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୀଳକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି | Argus English