Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ଜେସିବିରେ କନିଆଁ ଘରକୁ ଗଲା ବର

Odisha

ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ଜେସିବିରେ କନିଆଁ ଘରକୁ ଗଲା ବର

Jitendra Dash
Browse all articles by Jitendra Dash
·2 years ago·2 min read
ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ଜେସିବିରେ କନିଆଁ ଘରକୁ ଗଲା ବର

ଅର୍ଗସ ବ୍ୟୁରୋ : ଦିନଥିଲା ବିବାହ ପାଇଁ ବର କନ୍ୟାଘରକୁ ବରଯାତ୍ରୀ ନେଇ ଶଗଡ଼ରେ ଆସୁଥିଲା, ପାଲିଙ୍କି କିମ୍ବା ଘୋଡ଼ା ଗାଡ଼ିରେ ବସି ଆସୁଥିଲେ । ଏପରି କି ନଦୀକୂଳିଆ ଲୋକମାନେ ଡଙ୍ଗାରେ ବର ନେଇ ବିବାହ ପାଇଁ କନ୍ୟାଘରେ ପହଞ୍ଚୁଥିଲେ । ହେଲେ ଆଜିର ସଭ୍ୟ ସମାଜରେ ସେହି ପରମ୍ପରାରେ ବହୁ ପରିବର୍ତ୍ତନ ଆସିଛି । ଏବେ ବରଯାତ୍ରୀ ଶୋଭାଯାତ୍ରାରେ ଦାମୀ ଗାଡ଼ି, ଘୋଡ଼ା, ହାତୀର ବି ବ୍ୟବହାର କରାଯାଉଛି । କେହି କେହି ବିମାନରେ ବିବାହ ଉତ୍ସବ ପାଳନ କରୁଛନ୍ତି । ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଦେଖୁବାକୁ ମିଳିଛି ନିଆରା ଦୃଶ୍ୟ । ବିବାହ ପାଇଁ ଜଣେ ଯୁବକ ଜେସିବିରେ ବସି ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଜୀବନରେ ଥରେ ସମସ୍ତେ ବିବାହ କରନ୍ତି । ଅନେକଙ୍କର ଥାଏ ଇଚ୍ଛା ଓ ସଉକ୍ । କେହି କେହି ବିବାହକୁ ସ୍ମରଣୀୟ କରିବାକୁ ପଛାନ୍ତିନି । କିଏ ଦାମୀ ଗାଡ଼ିକୁ ଫୁଲରେ ସଜାଇ ବରଯାତ୍ରୀ ଯାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବସି କନ୍ୟାକୁ ଆଣିବାକୁ ଯାଏ । ସେ ପୁଅ ହେଉ ବା ଝିଅ । କିନ୍ତୁ କପ୍ତିପଦା ନୂଆସାହି ବଜାରରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର । ନିଆରା ବିବାହ ସାଙ୍ଗକୁ ନିଆରା ବରଯାତ୍ରୀ ମଧ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଡ଼ି ନୁହେଁ କୁ ଘୋଡ଼ା ନୁହେଁ ଜେସିବିରେ ଯାଇଛି ବର । ନୂଆସାହି ଗ୍ରାମର ଜ୍ଞାନ ବିଶ୍ୱାଳଙ୍କ ପୁଅ ଅଭିଜିତ ବିଶ୍ୱାଳ ଏମିତି ନିଆରା ବିବାହ କରିଛନ୍ତି । ହେଲେ ସେଠାକୁ ବର ଗାଡ଼ି କିମ୍ବା ଘୋଡ଼ାରେ ନ ଯାଇ ଏକ ଜେସିବିରେ ଯାଇଥିଲା କନିଆଁ ଘର ଅଭିମୁଖେ । ଏପରି ଏକ ନିଆରା ବରଯାତ୍ରୀ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହେବା ସହ, ଏପରି ନିଆର ପ୍ରୟାସକୁ ସମସ୍ତେ ସ୍ବାଗତ ମଧ୍ୟ କରିଥିଲେ । ନିଜ ବାହାଘରକୁ କିଛି ନୂଆ ରୂପରେ କରିବା ସହିତ ସବୁଦିନ ପାଇଁ ଏହି ପବିତ୍ର ଦିନକୁ ସମସ୍ତଙ୍କ ମନରେ ଅଭୁଲା ସ୍ମୃତି କରି ରଖିବାକୁ ଏପରି ଏକ ନିଆରା ପ୍ରୟାସ କରିଛନ୍ତି ବର ।

Sponsored
groom arrives to his marriage ceremony on JCB | Argus English