Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ସରକାରଙ୍କ ଘୋଷଣାକୁ ଝଟକା

Odisha

ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ସରକାରଙ୍କ ଘୋଷଣାକୁ ଝଟକା

Smruti Parija
Browse all articles by Smruti Parija
·2 years ago·2 min read
ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ସରକାରଙ୍କ ଘୋଷଣାକୁ ଝଟକା

ଅର୍ଗସ ବ୍ୟୁରୋ: ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ରାଜ୍ୟ ସରକାର । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି ହାଇକୋର୍ଟ । ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇ ପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ଆଦେଶ ପ୍ରଦାନ କରାଯାଇପାରିବ ନାହିଁ । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ବରଗଡ଼ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ଝଟକା ଲାଗିଛି । 

ହାଇକୋର୍ଟଙ୍କ ଏହି ରାୟ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଅଭିଯୋଗ କରିଛି ନୂଆ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ଦେଇ ବିଜେଡି ସ୍ୱାର୍ଥ ଓ ଭୋଟ୍ ସର୍ବସ୍ବ ରାଜନୀତି କରୁଛି। ରାଜ୍ୟ ଆଡ଼ଭୋକେଟ ଜେନେରାଲ ବିଜେଡିର ଆଶା ବାଡି ସାଜିଛନ୍ତି ।  ସରକାର ନିଜେ ଡାହାଣୀ ହୋଇ ଲାଗିଛନ୍ତି ଆଉ ଗୁଣିଆ ହୋଇ ଝାଡୁଛନ୍ତି । ପଦ୍ମପୁରବାସୀଙ୍କ ଭାବପ୍ରବଣତା ସହ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ବିଜୁ ବାବୁଙ୍କ ପଥ ଅନୁସରଣ କରିଥିଲେ ଏଭଳି ଘଟଣା ଘଟି ନଥାନ୍ତା। ସରକାର ଯଦି ଜିଲ୍ଲା ଗଠନ କରିବାକୁ ଚାହୁଛନ୍ତି ତାହେଲେ ଆନ୍ଧ୍ର ଭଳି ଆନ୍ଧ୍ରପ୍ରଦେଶ ଡିଷ୍ଟ୍ରିକ୍ଟ ଫରମେଶନ ଆକ୍ଟ ଆଣନ୍ତୁ।  ଏଥିପାଇଁ ସ୍ଵତନ୍ତ୍ର ବିଧାନସଭା ଅଧିବେଶନ ଡାକନ୍ତୁ। ଏହାସହ ରାଜ୍ୟରେ ବିଜେପି ସରକାର କଲେ ଜିଲ୍ଲା ଗଠନକୁ ପ୍ରାଧାନ୍ୟ ଦେବ ବୋଲି କହିଛନ୍ତି ମୁଖପାତ୍ର ମନୋଜ ମହାପାତ୍ର। 

ପଦ୍ମପୁର ଉପନିର୍ବାଚନ ସମୟରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବି ହୋଇଥିଲା ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ। ବିଜେଡିର ଭୋଟ୍ ପାଇଁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ।  କିନ୍ତୁ ସରକାର ସମୟ ଗଡ଼ାଇ ଚାଲିଲେ, ଚଳିତ ଡିସେମ୍ବରରେ ଜିଲ୍ଲା ଘୋଷଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ହାଇକୋର୍ଟଙ୍କ ରହିତାଦେଶ ପରେ ସରକାରଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ନେଇ ଉଠିଛି ପ୍ରଶ୍ନ। ଅଭିଯୋଗ ହେଉଛି ପ୍ରକୃତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା ତ ? ଜିଲ୍ଲା ଗଠନ ପ୍ରକ୍ରିୟା ବନ୍ଦ କରିବାକୁ ଏହା ପ୍ରାୟୋଜିତ ଉଦ୍ୟମ ବୋଲି ହୋଇଛି ଅଭିଯୋଗ। ଏଥିପାଇଁ କୋର୍ଟ ରୁଟ୍ ଦେଇ ସରକାର ଖସିବାକୁ ଉଦ୍ୟମ କଲେ କି ? PILର ବାହାନା ନେଇ ଜିଲ୍ଲା ନ କରିବାକୁ ସରକାର ଯୋଜନାବଦ୍ଧ ପ୍ରୟାସ କରିଛନ୍ତି କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
government's announcement regarding recognition of Padmapur district is a shock | Argus English