ବିଜେଡି ଉପରେ ବର୍ଷିଲେ ପ୍ରଦୀପ : କହିଲେ, ଶଙ୍ଖ ଦଳ କଣ ବିଷ୍ଣୁ ଲୋକ ?

Key Points
- ବିଜେଡି କଣ ବିଷ୍ଣୁ ଲୋକ?
- କାହିଁକି ଏମିତି କହିଲେ ପ୍ରଦୀପ ?
ଅର୍ଗସ ବ୍ୟୁରୋ: ବିଜେଡିର ପିଛା ଛାଡୁନି ବିବାଦ । ଦଳ ଯେତେ ସଫାସୁତୁରା ବାହାରକୁ ଦିଶୁଛି ଭିତରେ ସେତିକି ଅଳିଆ ଭର୍ତ୍ତି ହୋଇ ରହିଛି । ଏମିତିକି ଦଳ ଦୁର୍ନୀତିରେ ଚରମସୀମାରେ ପହଞ୍ଚିଲାଣି ଏକଥା କାହାକୁ ଅଛପା ନାହିଁ । ନିଜର ଦୋଷ ଓ ଦୁର୍ବଳତା ଲୁଚାଇବାକୁ ଦଳ କିଛି ବି କରୁଛି । ହେଲେ ଗୋଦରା କୋଡେ ଯେତେ ମାଡେ ସେତେ ଭଳି ଗୋଟିଏ ପରେ ଗୋଟିଏ ନେତାଙ୍କର ଦୁର୍ନୀତିର ଗୁମର ଖୋଲୁଛି । ଆଉ ନବୀନ ବାବୁ ଯେତେ ସଫେଦ କୁର୍ତ୍ତା ପିନ୍ଧିଲେ ବି ଦୁର୍ନୀତିର ଦାଗ ତାଙ୍କ ସାର୍ଟରୁ ଜମାରୁ ଛାଡୁନି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ଦୀପାବଳି ପୂର୍ବଦିନ ବ୍ରହ୍ମପୁରର ବିଧାୟକ ତଥା ଗୋପାଳପୁରର ବିଧାୟକ ହେବାକୁ ଆଶା ରଖିଥିବା ବିକ୍ରମ ପଣ୍ଡା ଓ ବିଜେଡି ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ପ୍ରେସମିଟ୍ କରି ପ୍ରଦୀପଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଥିଲେ । ଏମିତିକି ସେ ଦୁର୍ନୀତିଖୋର, ଲୋକଙ୍କୁ ଚାକିରି ଦେବା କହି କୋଟି କୋଟି ଟଙ୍କା ଲୁଟ୍ କରୁଥିବା ନେଇ ଅଭିଯୋଗ ଆଣିଲେ । ଏମିତିକି ସେ କେଉଁ ଦଳକୁ ଯିବେ କି ନାହିଁ ସେନେଇ ପ୍ରଶ୍ନ କଲେ । କହିଲେ, ଏମିତି ଲୋକଙ୍କୁ କେଉଁ ଦଳ ନେବା ଉଚିତ୍ ନୁହେଁ । ଦଳ ଭାବିଥିଲା ପ୍ରଦୀପ ଚୁପ୍ ରହିବେ ବୋଲି । ହେଲେ ଗତକାଲି ପାଣିଗ୍ରାହୀ ବାବୁ ପ୍ରେସମିଟ୍ କରିବା ସହିତ ବିଜେଡି ନେତାଙ୍କ ଗୁମର ଖୋଲି ଦେଇଥିଲେ । ଆଉ ଏବେ ପ୍ରଦୀପଙ୍କ ବିସ୍ଫୋରକ ବୟାନରେ ଅଣନିଶ୍ଵାସୀ ବିଜେଡି ନେତା ।
ଦୀପାବଳି ପରଦିନ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ । କହିଲେ, ଓଡ଼ିଶାକୁ ଲୁଟୁଛନ୍ତି ‘ଗ୍ୟାଙ୍ଗ ଅଫ୍ ଫାଇଭ୍’ । ହେଲେ କିଏ ସେ ଗ୍ୟାଙ୍ଗ ଅଫ୍ ଫାଇଭ, ଏନେଇ ସ୍ପଷ୍ଟ କହିନଥିଲେ ବି ତୃତୀୟ ମହଲା ଅଫିସର ଗୋଷ୍ଠୀକୁ ପରୋକ୍ଷରେ ଇଙ୍ଗିତ କରିଥିଲେ ପ୍ରଦୀପ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଏନ୍ତୁଡିଶାଳ ପାଲଟିଥିବା ଅଭିଯୋଗ କରିଛନ୍ତି । ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ।
📱 Get Argus News App
✨ଖାଲି ଏତିକି ନୁହେଁ ବରଂ ୨୦୧୭ ରୁ ୨୦୨୨ ମଧ୍ୟରେ ବିଜେଡି ପାର୍ଟିକୁ ୬୨୨ କୋଟି କେଉଁଠୁ ଆସିଲା ସେନେଇ ବି ପ୍ରଶ୍ନ କରିଛନ୍ତି ପ୍ରଦୀପ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡିରୁ ବିଦା ହେବା ପରେ ସେ କେଉଁ ଦଳରେ ମିଶିବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି କି କେଉଁ ଦଳ ବି ଏନେଇ କୌଣସି ପ୍ରତିକ୍ରିୟା ଦେଇନି ହେଲେ ବିଜେଡି ତାଙ୍କ ବିରୋଧରେ ଯେମିତି ବିଷୋଦଗାର କରୁଛି ସେଥିରୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ପ୍ରଦୀପଙ୍କୁ ଦେଖିଲେ ବିଜେଡି ନେତା ପୂରା ଛାନିଆ ।