ନୂଆବର୍ଷ ପୂର୍ବରୁ ରାଜଧାନୀରେ ଗୋରୁ ଚାଲାଣ ଉଦ୍ୟମ, 3 ଜଣଙ୍କୁ ମାଡିବସିଲା ପୋଲିସ

ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଗୋରୁ ଚାଲାଣ ଉଦ୍ୟମ । 3 ଜଣଙ୍କୁ ମାଡିବସିଲା ଏଆରଫିଲଡ଼ ଥାନା ପୋଲିସ । ଗିରଫ 3 ଅଭିଯୁକ୍ତ ହେଲେ ଇନାମ ଖାନ୍,ସତାର ଖାନ ଓ ମହମ୍ମଦ ସଲମାନ ।
ଏମାନଙ୍କ ଘର ଡେଲାଙ୍ଗ ଅଞ୍ଚଳରେ । ରାତି 3 ଟା ସମୟରେ ଏୟାରଫିଲଡ଼ ଥାନା ପେଟ୍ରୋଲିଂ ଗାଡ଼ି ଜାମୁକୋଳି ନିକଟରେ ଥିବା ସମୟରେ ଦ୍ରୁତ ଗତିରେ ଏକ ଗାଡି ଆସୁଥିବା ଦେଖିବାକୁ ପାଇଥିଲେ । ଫିଲ୍ମ ଷ୍ଟାଇଲରେ ଉକ୍ତ ଗାଡ଼ି କୁ ଗୋଡେଇ ଗୋଡେଇ ଧରିଲା ଏଆରଫିଲଡ଼ ଥାନା ପୋଲିସ ।
ଗାଡି ଯାଞ୍ଚ ସମୟରେ ଗାଡି ଭିତରେ 5 ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ । ତେବେ ତଦନ୍ତ ସମୟରେ ସେମାନେ କୌଣସି ସଠିକ ଉତ୍ତର ଦେଇ ପାରିନଥିଲେ । କେଉଁଠୁ ଗାଈ ଆଣିଲେ,କେଉଁଠିକୁ ନେଇ ଥାନ୍ତେ, କାହାକୁ ଦେଇଥାନ୍ତେ ସେ ନେଇ ତଦନ୍ତ କରୁଛି ପୋଲିସ ।
📱 Get Argus News App
✨ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ପୋଲିସ । ସେପଟେ ଗାଈ ମାନଙ୍କୁ ଜାମୁକୋଳି ଗୋଶାଳାକୁ ନେଇ ସୁରକ୍ଷିତ ଭାବେ ରଖିଛି ଏୟାରଫିଲଡ଼ ଥାନା ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...