Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଞ୍ଚିବାର ରାହା ଦେଖାଇଲା ଗେଣ୍ଡୁ ଫୁଲ 

Odisha

ବଞ୍ଚିବାର ରାହା ଦେଖାଇଲା ଗେଣ୍ଡୁ ଫୁଲ 

Manini Pattanayak
Browse all articles by Manini Pattanayak
·2 years ago·2 min read
ବଞ୍ଚିବାର ରାହା ଦେଖାଇଲା ଗେଣ୍ଡୁ ଫୁଲ 

ରାୟଗଡା:  ବଞ୍ଚିବାର ରାହା ଦେଖାଇଲା ଗେଣ୍ଡୁ ଫୁଲ।  ରୋଜଗାର ଦେଇ ମୁହଁରେ ହସ ଫୁଟାଇଛି ରଙ୍ଗବେରଙ୍ଗର ଗେଣ୍ଡୁ ଫୁଲ। ସବୁଜ କ୍ଷେତ ସାରା ବଡ଼ ବଡ଼ ଗେଣ୍ଡୁ ଫୁଲ। ସତେଯେମିତି ବିଲରେ ସୁନାର ଫୁଲ ଫୁଟିଛି । କ୍ଷେତରେ ରଙ୍ଗବେରଙ୍ଗର ଫୁଲ ଫୁଟାଛନ୍ତି  ଆଦିବାସୀ  ଯୁବ  ଚାଷୀ ପୀତବାସ ଶବର  ।  ପାରମ୍ପରିକ ଚାଷ ଛାଡି ଅପଣେଇଛନ୍ତି  ଏହି ଗେଣ୍ଡୁ ଚାଷ।  ଏବେ  ଲୋକଙ୍କ ପାଇଁ ଉଦାହରଣ  ପାଲଟିଛନ୍ତି ଏହି ଯୁବ ଚାଷୀ । କିଛି ଭିନ୍ନ  ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଥିଲେ ଫୁଲ ଚାଷ । ନିଜ ଗ୍ରାମରେ ରହି ସ୍ୱଳ୍ପ ସ୍ଵମ୍ବଳରେ ଗେଣ୍ଡୁ ଫୁଲ ଚାଷ କରି ନିଜର ଆର୍ଥିକ ବେଶ ସ୍ବଚ୍ଛଳ କରିପାରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଭାଲେରି କୁଡିଆ  ଗ୍ରାମର ଅଧିକାଂଶ ଲୋକ ଧାନ,କପା ଓ ପରିବା ଚାଷ  କରିଥାନ୍ତି।  କିନ୍ତୁ  ଏଠାରେ ମଧ୍ୟ ବିଭିନ୍ନ ପ୍ରକାର ଚାଷ ହୋଇ ପାରିବ ତାହା  ପ୍ରମାଣ କରି ଦେଖାଇଛନ୍ତି ପୀତବାସ ଶବର । ଫୁଲ ଚାଷ କରି ଅଂଚଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପୂର୍ବରୁ ଚାଷୀଜଣକ ଅନ୍ୟ ରାଜ୍ୟ କୁ ଯାଇ ମୁଲ ଲାଗୁଥିଲେ। ପରିଶ୍ରମ କରି ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ଏବେ ଯୁବ ଚାଷୀ ଜଣକ  ନିଜର ଦେଢ  ଏକରରୁ ଉର୍ଦ୍ଧ ପରିମିତ ଜମିରେ ଜୈବିକ ପଦ୍ଧତିରେ ଗେଣ୍ଡୁ ଫୁଲ ଚାଷ କରି ନିଜର  ଆର୍ଥିକ ସ୍ଥିତି ସୁଦୃଢ କରିବାରେ ସକ୍ଷମ ହୋଇଛନ୍ତି।  

ନିଜେ ସକ୍ଷମ ହୋଇ ଅନ୍ୟକୁ ରୋଜଗାର ଦେଇଛନ୍ତି।  ପୂର୍ବରୁ ଗୁଣୁପୁର ଅଂଚଳରେ ଫୁଲ ଚାଷ ହେଉନଥିବାରୁ ଏଠାକାର ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଫୁଲ ଉପରେ ନିର୍ଭର କରୁଥିଲେ । ବ୍ୟବସାୟୀମାନେ ଏହି ଯୁବ ଚାଷୀଙ୍କଠାରୁ ଫୁଲ ନେଇ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।   ଚାଷୀ ଜଣକ ଚାଷ ପାଇଁ ପ୍ରତି ଏକର ହେକ୍ଟର ପିଛା 40 ହଜାରରୁ ଉର୍ଦ୍ଧ  ଟଙ୍କା ବିନିଯୋଗ କରୁଥିବା ବେଳେ ଗେଣ୍ଡୁ ଫୁଲ କିଲୋ ପିଛା 70 ରୁ 80ଟଙ୍କାରେ  ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା  ଲାଭ ପାଉଥିବା କହିଛନ୍ତି । ଦୈନିକ 40 କିଲୋରୁ ଉର୍ଦ୍ଧ ଫୁଲ ବିକ୍ରି କରିଥାନ୍ତି ଚାଷୀ।  ଏ ନେଇ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷି  ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି ଯେ ଯୁବ ଚାଷୀଙ୍କୁ ଉଦ୍ୟାନ ବିଭାଗୀୟ ନିୟମାନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଏଥିସହିତ ଯୁବ ଚାଷୀଙ୍କୁ ଉନ୍ନତ ପ୍ରଣାଳୀରେ କିପରି  ଚାଷ ହୋଇପାରିବ ତାହା ନେଇ  ବିଭାଗ ତରଫରୁ ମଧ୍ୟ ସହଯୋଗ ପ୍ରଦାନ କରାଯାଉଛି ବୋଲି କହିଛନ୍ତି। 
ଅଧିକ ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He left the traditional farming and adopted this gendu phula farming. Now this young farmer has become an example for people | Argus English