|
logo
Live

Argus News - ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜ ଭୋଗ ଓ ତରଣ

Odisha

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜ ଭୋଗ ଓ ତରଣ

Smruti Parija
Browse all articles by Smruti Parija
·2 years ago·1 min read
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜ ଭୋଗ ଓ ତରଣ

ଅର୍ଗସ ବ୍ୟୁରୋ: ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜ ଭୋଗ ଓ ତରଣ । ଗତକାଲି ବିଳମ୍ବିତ ରାତି ୨ଟାରେ ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବ ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ଆଦି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡାଯାଇଥିଲା । ପଞ୍ଚକରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଲମ୍ବା ଲାଇନରେ ଧାଡିରେ ଛିଡା ହୋଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଛନ୍ତି । 

ମଧ୍ୟ ରାତ୍ରରେ ଗଜଭୋଗ ପାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଅପେକ୍ଷା କରିଥିଲେ । ଭୋରରୁ ବାବା ଧବଳେଶ୍ୱରଙ୍କୁ ଯୋଗୀ ବେଶରେ ଦର୍ଶନ କରିବା ସହ ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ପଞ୍ଚୁକର ଚତୁର୍ଥ ଦିବସରେ ଶ୍ରୀମନ୍ଦିରରେ ଆଜି ଦୁର୍ଲଭ  ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ସୁନାବେଶ ପାଇଁ ପ୍ରସ୍ତୁତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜ ଭୋଗ ଓ ତରଣ | Argus English