|
logo
Live

Argus News - ବେଦିର ନିଆଁରୁ ଜୁଇର ନିଆଁ, ସବୁଠି ଥିଲେ ସାଙ୍ଗରେ : ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ

Odisha

ବେଦିର ନିଆଁରୁ ଜୁଇର ନିଆଁ, ସବୁଠି ଥିଲେ ସାଙ୍ଗରେ : ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ

Jitendra Dash
Browse all articles by Jitendra Dash
·2 years ago·1 min read
ବେଦିର ନିଆଁରୁ ଜୁଇର ନିଆଁ, ସବୁଠି ଥିଲେ ସାଙ୍ଗରେ : ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ

ଅର୍ଗସ ବ୍ୟୁରୋ : ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ । ସାତ ଜନ୍ମ ସାଙ୍ଗରେ ବଞ୍ଚିବା ପାଇଁ ଦୁହେଁ ଶପଥ ନେଇଥିଲେ । କିନ୍ତି ନିଷ୍ଠୁର ସାଜିଲା ଦଇବ । ଦୁହେଁ ଆରପାରିକୁ ହାତ ଧରାଧରା ହୋଇ ଚାଲିଗଲେ, ଆଉ ଏକାଠି ଜୁଇରେ ଜଳିଲେ । ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ । ଗୋଟିଏ ଜୁଇରେ ଜଳିଲେ ପତି ଆଉ ପତ୍ନୀ । 

ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡରେ । ହରି କୁଳଦୀପ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ତ୍ରୀ କମଳା କୁଳଦୀପ ମଧ୍ୟ ସ୍ବାମୀଙ୍କ ମୃତଦେହ ଆଗରେ ପ୍ରାଣ ହରାଇଛନ୍ତି । ଆଉ ଗୋଟିଏ ଜୁଇରେ ଜଳିଲେ ସ୍ବାମୀ-ସ୍ତ୍ରୀ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିଲା ଅତୁଟ ବନ୍ଧନ । ସ୍ତ୍ରୀ କମଳା ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଭାଙ୍ଗି ପଡିଥିଲେ । ଏବଂ ସ୍ୱାମୀଙ୍କ ମୃତ ଶରୀର ଆସିବା ପରେ ମୃତଦେହକୁ ଧରି ବାହୁନି ବାହୁନି ହୋଇ କାନ୍ଦି ଅଚେତ ହୋଇପଡ଼ିଥିଲେ । ତେବେ ଅଚେତ ଅବସ୍ଥାରେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମର୍ମାହତ ହେବା ସହ ସ୍ୱାମୀଙ୍କ ଅକାଳ ବିୟୋଗକୁ ସହ୍ୟ କରି ନ ପାରି ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକମାନେ ଉଭୟ ମୃତ ଶରୀରକୁ ଗୋଟିଏ ଚିତାରେ ରଖି ଶବ ଦାହ କରିଥିବା ଜଣାପଡିଛି ।


 

Sponsored
ବେଦିର ନିଆଁରୁ ଜୁଇର ନିଆଁ, ସବୁଠି ଥିଲେ ସାଙ୍ଗରେ : ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ | Argus English