ମିଛ କହିଥିଲେ ମନ୍ତ୍ରୀ ଟୁକୁନି ସାହୁ ?

Key Points
- ବୁଝାଇ ଦେଇ ଭଣ୍ଡାଇ ଦେଲେ !
- ମାଲିକଙ୍କୁ ଲଲିପପ୍ ଧରାଇ ଦେଇଥିଲେ !
- କାହିଁକି ମିଛ କହିଥିଲେ ଟୁକୁନି ସାହୁ ?
- ପୂଜାରେ କାଳେ କିଛି ଏପଟ ସେପଟ ହେବ ବୋଲି ଭାବିଥିଲେ କି ?
ଅର୍ଗସ ବ୍ୟୁରୋ: ମିଛ କହିବାରେ ଓସ୍ତାଦ ବିଜେଡି ସରକାର । ପ୍ରତିଶ୍ରୁତି ଦେଇ ପୂରଣ ନକରିବାରେ ବି ମାହିର । ଏ କଥା ଆମେ ନୁହେଁ ବରଂ ବିଜେଡି ସରକାରର ନେତା ବାରମ୍ବାର ପ୍ରମାଣ କରି ଦେଖାଇଛନ୍ତି । କାରଣ ପୁଣି ଥରେ ଆସନ୍ତା ୧ ତାରିଖରୁ ବସ୍ ଧର୍ମଘଟ ବୋଲି ରୋକଠୋକ ଶୁଣାଇ ଦେଇଛି ଘରୋଇ ବସ୍ ମାଲିକ ସଂଘ । ଆଉ ପଦାରେ ପଡିଯାଇଛି ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ମିଛ ।
ଦୁର୍ଗାପୂଜା ପୂର୍ବରୁ ବସ୍ ବନ୍ଦ ହେଲା ବୋଲି ତାତିଥିଲେ ଲୋକେ । ଏମିତିକି ଯାତ୍ରୀ କହିଥିଲେ ସରକାରୀ ସ୍ତରରେ ଆଲୋଚନା ହୋଇ ତୁରନ୍ତ ଗାଡି ଚଳାନ୍ତୁ । ଗୋଟିଏ ଦିନରେ ସ୍ଥିତି ଏମିତି ହେଲା ଯେ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ । ଆଉ କହିଥିଲେ, ମାଲିକଙ୍କ ଦାବି ଆଲୋଚନା ହୋଇଛି, ଗାଡି ଚାଲିବ । ମନ୍ତ୍ରୀଙ୍କର ଏହି କଥା ଶୁଣିବା ପରେ ସମସ୍ତେ ଭାବିଥିଲେ ଏବେ ସବୁ ସ୍ଵାଭାବିକ ହୋଇଗଲା । ହେଲେ ମନ୍ତ୍ରୀ କେମିତି ମିଛ କହିଥିଲେ ତାହା ଏବେ ସାମ୍ନାକୁ ଆସିଛି ।
ଭୋଟ୍ ପାଇଁ ପ୍ଲାନ୍ କରି ଲକ୍ଷ୍ମୀ ଯୋଜନା କରିଦେଲେ ସରକାର । ହେଲେ ଏବେ ସେହି ଯୋଜନା ଲାଗି ହିଁ ଅକଲରେ ପଡିଛନ୍ତି ସରକାର । କାରଣ ମାଲିକଙ୍କ ଦାବି ପୂରଣ ହୋଇନଥିବାରୁ ଏଥର ଆଉ କଥାବାର୍ତ୍ତା ନୁହେଁ ବରଂ ଗାଡି ବନ୍ଦ ହେବ ବୋଲି ରୋକଠୋକ କହିସାରିଛନ୍ତି । ଡିସେମ୍ବର ପହିଲାରୁ ସାଧାରଣତଃ ପର୍ଯ୍ୟଟକଙ୍କ ସଂଖ୍ୟା ବଢେ, ଗାଡିର ବି ଭାଉ ବଢେ । ଆଉ ଏତିକି ବେଳେ ସରକାରଙ୍କୁ ଘାଇଲା କରିବାକୁ ଚିନ୍ତା କରିଛି ଘରୋଇ ମାଲିକ ସଂଘ । ତେବେ ଦେଖାଯାଉ କେମିତି ମାଲିକଙ୍କ ଫାଶରୁ ରକ୍ଷା ପାଉଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।
📱 Get Argus News App
✨