|
logo
Live

Argus News - ବରଗଛରେ ପିଟିଲା ଚାରିଚକିଆ,  ୮ ଜଣ ଆହତ 

Odisha

ବରଗଛରେ ପିଟିଲା ଚାରିଚକିଆ,  ୮ ଜଣ ଆହତ 

Manini Pattanayak
Browse all articles by Manini Pattanayak
·2 years ago
ବରଗଛରେ ପିଟିଲା ଚାରିଚକିଆ,  ୮ ଜଣ ଆହତ 

ପୁରୀ:  ବରଗଛରେ ପିଟିଲା ଚାରିଚକିଆ ଗାଡି । ୮ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ଗୁରୁତର ଶିଶୁଥିବା ସୂଚନା। ପ୍ରଥମେ ଗୋପ ପରେ ଭୂବନେଶ୍ୱର ସ୍ଥାନାନ୍ତରିତ ହେବା ବେଳେ ଘଟଣାସ୍ଥାନରୁ ଡ୍ରାଇଭର ଫେରାର । କୋଣାର୍କ ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ସମସ୍ତ ପର୍ଯ୍ୟଟକ ଗୋଟିଏ ପରିବାରର।  

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିରାହାଟ ଗାଁ ରୁ ୧୩ ଜଣ ପର୍ଯ୍ୟଟକ ୟୁଙ୍ଗର  ଗାଡ଼ିରେ କୋଣାର୍କ ଓ ପୁରୀ ବୁଲିବାକୁ ଆସୁଥିଲେ। କୋଣାର୍କ ନିକଟ ଜୁଣେଇ ବଜାର ନିକଟସ୍ଥ ଏକ ବରଗଛରେ  ପିଟି ହୋଇ ଓଲଟି ପଡିଥିଲା ।  ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଏଭଳି ହୋଇଥିବା କୋଣାର୍କ ପୋଲିସ କହିଛି।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବରଗଛରେ ପିଟିଲା ଚାରିଚକିଆ,  ୮ ଜଣ ଆହତ  | Argus English