Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୀବନ ବ୍ୟାପୀ କଳା ସାଧନକୁ ମିଳିବାକୁ ଯାଉଛି ବଡ଼ ଉପହାର

Odisha

ଜୀବନ ବ୍ୟାପୀ କଳା ସାଧନକୁ ମିଳିବାକୁ ଯାଉଛି ବଡ଼ ଉପହାର

Jitendra Dash
Browse all articles by Jitendra Dash
·2 years ago·2 min read
ଜୀବନ ବ୍ୟାପୀ କଳା ସାଧନକୁ ମିଳିବାକୁ ଯାଉଛି ବଡ଼ ଉପହାର

ଅର୍ଗସ ବ୍ୟୁରୋ : ପେଶାରେ ନାପିତ । କିନ୍ତୁ ସାରା ଜୀବନ ସମ୍ବଲପୁରୀ ଭାଷା ଓ ସଂଗୀତ ପାଇଁ ସମର୍ପିତ । ୬୦୦ରୁ ଅଧିକ ସମ୍ବଲପୁରୀ ଲୋକ ଗୀତର ସ୍ରଷ୍ଟା । ୩ ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ । ୧୨ରୁ ଅଧିକ ନାଟକର ରଚୟିତା । ୮୭ ବର୍ଷ ବୟସରେ ଏହି କଳାର ପୂଜାରୀଙ୍କୁ ମିଳିଛି ବଡ଼ ସ୍ବୀକୃତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶୁଣିବା ପରେ ଖୁସିରେ ବିଭୋର ହୋଇଯାଇଥିଲେ ସମ୍ବଲପରୁର ବିନୋଦ ପଶାୟତ । ତାଙ୍କର ଗୁଣକୁ ଚିହ୍ନି ପାରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ସେ ଜାଣାଇଛନ୍ତି । 

ବିନୋଦ ପଶାୟତଙ୍କ ଜନ୍ମ ୧୯୩୫ ମସିହାରେ ବଲାଙ୍ଗିର ସହରର ଟିକରାପଡ଼ାଠାରେ ହୋଇଥିଲା । ତେବେ ୧୯୫୩ ମସିହାରେ ସେ ସମ୍ବଲପୁର ଆସି ଏହିଠାରେ ରହି ଯାଇଥିଲେ । ସେ ଅଲ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ । "ହାଏ କୃଷ୍ଣ ହାଏ କୃଷ୍ଣ " ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ । ଏହି ଭଜନ ତାଙ୍କୁ ଖୁବ ପ୍ରସିଦ୍ଧି ଦେଇଥିଲା । ମା' ସମଲେଶ୍ବରୀଙ୍କ କୃପାରୁ ପଦଶ୍ରୀ ମିଳିବା ସମ୍ଭବ ହୋଇପାରିଥିବା କହିଛନ୍ତି ବିନୋଦ ପଶାୟତ ।

ଆଉ ଜଣେ ହେଉଛନ୍ତି ବିନୋଦ । ପ୍ରଥମ ଓଡିଆ ପଟଚିତ୍ର ଶିଳ୍ପୀ ଭାବରେ ବିନୋଦ ମହାରଣା ପାଇବେ ପଦ୍ମଶ୍ରୀ ପୁରସ୍କାର । ଘରର ଆର୍ଥିକ ଦୁସ୍ଥିତି ପାଇଁ ଅଧାରୁ ପାଠ ପଢା ଛାଡି ଥିଲେ । ୧୪ ବର୍ଷ ବୟସରେ ନିଜ ଅଜାଙ୍କଠାରୁ ପଟ ଚିତ୍ର କଳା ଶିଖିଥିଲେ ବିନୋଦ । ଓଡ଼ିଶାର ସାହିତ୍ୟ, କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ପଟ୍ଟଚିତ୍ରକଳା ମାଧ୍ୟମରେ ବଞ୍ଚାଇବା ପାଇଁ ସେ ନିଆରା ପ୍ରୟାସ ଜାରି ରଖିଛନ୍ତି । ଯୁଗ ସହ ତାଳ ଦେଇ ଓଡ଼ିଆ ପର୍ବ ପର୍ବାଣୀ ସହ ବିଭିନ୍ନ ପୁରାଣ ଚିତ୍ର ଆଙ୍କିଛନ୍ତି ବିନୋଦ ମହାରଣା । 
 
ମାତ୍ର ୫ ବର୍ଷ ବୟସରେ ବାପାଙ୍କଠାରୁ ଶିକ୍ଷାଲାଭ କରିଥିବା ବିରଳ ଶବ୍ଦ ନୃତ୍ୟ କଳାକୁ ଜୀବନ ବ୍ୟାପୀ ସାଧନ ବନାଇ ଦେଇଥିଲେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁର ଭାଗବତ ପଧାନ । ନା କେବଳ ଶବ୍ଦ ନୃତ୍ୟକୁ ବଞ୍ଚାଇ ରଖିଛନ୍ତି ବରଂ ଅନେକ ଶିଷ୍ୟଙ୍କ ଜରିଆରେ ଏହି ମହାନ କଳାର ପ୍ରଚାର ପ୍ରସାର ପାଇଁ ପରିଣତି ବସୟରେ ବି ସଂଘର୍ଷ ଜାରି ରଖିଛନ୍ତି । ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ଖବର ମିଳିବା ପରେ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ସମ୍ମାନ ସମସ୍ତ କଳାକାରଙ୍କ ସମେତ ବରଗଡ଼ ଜିଲ୍ଲା ଏବଂ ଓଡ଼ିଶା ବାସୀଙ୍କର ବୋଲି କହିଛନ୍ତି ଭାଗବତ । ଭାଗବତ ପଧାନଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ନେଇ ଘୋଷଣା ହେବା ପରେ ଜନ୍ମମାଟି କୁମ୍ଭାରୀ ସମେତ ସାରା ବରଗଡ଼ ଜିଲ୍ଲାରେ ଖେଳିଯାଇଛି ଖୁସି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚଳିତ ବର୍ଷ ଆଉ ଯେଉଁ ଓଡ଼ିଆ ବଣମଲ୍ଲୀର ବାସ୍ନା ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ସେ ହେଉଛନ୍ତି ଗଞ୍ଜାମ ଶେରଗଡ଼ ବ୍ଲକ ଗୋବିନ୍ଦପୁର ଗାଁର ଗୋପୀନାଥ ସ୍ବାଇଁ । ପିଲାଟି ବେଳୁ ହିଁ ଲୋକ କଳା ପ୍ରତି ଗୋପୀନାଥଙ୍କର ଆଗ୍ରହ ଥିଲା । ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ମାତ୍ର ୧୦ ବର୍ଷ ବୟସରେ ଦାଦାଙ୍କଠାରୁ କୃଷ୍ଣ ଲୀଳା ଶିକ୍ଷାଲାଭ କରିଥିଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ଗୋପୀନାଥ । ଅନେକ ଶିଷ୍ୟଙ୍କ ମାଧ୍ୟମରେ ଏହି ବିରଳ କଳାକୁ ବଞ୍ଚାଇ ରଖିବାକୁ ଜୀବନବ୍ୟାପୀ ଉଦ୍ୟମ କରିଆସିଛନ୍ତି । ଗୋପୀନାଥ ପଦ୍ମଶ୍ରୀ ପୁରସ୍କାର ପାଇଁ ଗୋପୀନାଥଙ୍କୁ ମନୋନୀତ କରି ତାଙ୍କ କଳା ସାଧନାକୁ ବଡ଼ ସମ୍ମାନ ଦେଇଛନ୍ତି ମୋଦି ସରକାର । 
 

Sponsored
Four from Odisha conferred Padma Shri | Argus English