Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ

Odisha

ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ

Ritu Das
Browse all articles by Ritu Das
·2 years ago
ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା  ଜୟ ନାରାୟଣ ମହାନ୍ତିଙ୍କ ଆଜି ୭୪ବର୍ଷ ବୟସରେ ଦେହାନ୍ତ ଘଟିଛି । ସ୍ୱର୍ଗତ ମହାନ୍ତି ଜଳେଶ୍ୱରରେ ଡିଆଇ ଅଫିସ, ରାଇବଣିଆକୁ ଯୋଗଯୋଗ ପାଇଁ ସୁବର୍ଣ୍ଣରେଖା ନଦୀ ଉପରେ ପୋଲ, ଟାଉନହଲ, ବହୁ ଶିକ୍ଷାନୁଷ୍ଠାନ, ବାଲିଆପାଳ ଜଗନ୍ନାଥ ମନ୍ଦିର ସହ ଅନେକ ଅନୁଷ୍ଠାନମାନ ପ୍ରତିଷ୍ଠା କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ରାଜ୍ୟ ସଭାପତି  ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former MLA | Argus English