|
logo
Live

Argus News - ଘଟକୁଦି ଗାଁରେ ବନବିଭାଗର ଚଢାଉ, ଜଣେ ଗିରଫ

Odisha

ଘଟକୁଦି ଗାଁରେ ବନବିଭାଗର ଚଢାଉ, ଜଣେ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଘଟକୁଦି ଗାଁରେ ବନବିଭାଗର ଚଢାଉ,  ଜଣେ ଗିରଫ

ଅର୍ଗସ ବ୍ୟୁରୋ: ଅର୍ଗସ୍ ପ୍ରଭାବ । ଖବର ପ୍ରସାରଣ ପରେ ବ୍ରହ୍ମଗିରିର ଘଟକୁଦି ଗାଁରେ ବନବିଭାଗର ଚଢାଉ । ୧୪ଟି ମଲା ବିଦେଶୀ ପକ୍ଷୀ ସହ ବିପୁଳ ପରିମାଣର ବିଷ ଏବଂ ଖାଦ୍ୟ ଜବତ କରିଛି ବନବିଭାଗ । ଜଣେ ନାବାଳକକୁ ଗିରଫ କରିବା ସହ ଗୋଟିଏ ସ୍କୁଟି ଏବଂ ମୋବାଇଲ୍ ଜବତ କରିଛି ବନବିଭାଗ । ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବ୍ରହ୍ମଗିରି ରେଞ୍ଜର ସୂଚନା ଦେଇଛନ୍ତି ।

ବିଦେଶୀ ପକ୍ଷୀ ଶିକାର ଏବଂ ବିକ୍ରି ବେଳର ଭିଡିଓ ଅର୍ଗସ୍ ନ୍ୟୁଜରେ ପ୍ରସାରଣ ହୋଇଥିଲା । ବ୍ରହ୍ମଗିରି ବ୍ଲକରେ ବିଦେଶୀ ପକ୍ଷୀ ଶିକାରର ହଟସ୍ପଟ୍ ପାଲଟିଥିବା ଘଟକୁଦି, କାଣ୍ଡଗୋଦା, କୁଶୁବେଣ୍ଟି ପଞ୍ଚାୟତରେ ସ୍ୱତନ୍ତ୍ର ପ୍ରାଟୋଲିଂ କରିବାକୁ ଲୋକେ ଦାବି କରୁଛନ୍ତି । ବନବିଭାଗ ଏବଂ ଶିକାରୀଙ୍କ ମଧ୍ୟରେ ସୁ-ସମ୍ପର୍କ ଥିବା ଯୋଗୁ ବ୍ରହ୍ମଗିରିରେ ଦିନକୁ ଦିନ ପକ୍ଷୀ ଶିକାର ବୃଦ୍ଧି ପାଉଥିବା ପକ୍ଷୀ ପ୍ରେମୀ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଘଟକୁଦି ଗାଁରେ ବନବିଭାଗର ଚଢାଉ, ଜଣେ ଗିରଫ | Argus English