Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଣଭୋଜିରେ ଫୁଟିଲା ଗୁଳି, ଜଣେ ଗୁରୁତର, ଦୁଇ ଆହାତ  

Odisha

ବଣଭୋଜିରେ ଫୁଟିଲା ଗୁଳି, ଜଣେ ଗୁରୁତର, ଦୁଇ ଆହାତ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବଣଭୋଜିରେ ଫୁଟିଲା ଗୁଳି, ଜଣେ ଗୁରୁତର, ଦୁଇ ଆହାତ  

 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡି ପଞ୍ଚାୟତ ଗରେଈଝୁଳି ଗ୍ରାମରେ ବଣଭୋଜି ବେଳେ ମାରପିଟ ଓ ଗୁଳିମାଡ଼ ରେ ଜଣେ ଗୁରୁତର, ଦୁଇ ଆହାତ ହୋଇଥିବା ସୂଚନା ମିଳିଛି l ଗୁରୁତର ବ୍ୟକ୍ତି ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ l

ସୁଚନା ମୁତାବକ ବିଳମ୍ବିତ ରାତିରେ ଗରେଇଝୁଳି ଗ୍ରାମରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହେଉଥିବା ବେଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତ ର ସମିତିସଭ୍ୟ ଏବଂ ତାଙ୍କ ଭାଇ ଙ୍କୁ ଆକ୍ରମଣ ସହ ଗୁଳି ମାଡ଼ ହୋଇଥିବା ଜଣାପଡିଛି l ସମସ୍ତ ଙ୍କୁ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ ଙ୍କୁ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
firing in picnic, one serious in keonjhar | Argus English