Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଦିବାସୀ ମହିଳାଙ୍କ ଘରେ ପଶି ଗୁଳି ମାରିଲେ ଦୁର୍ବୃତ୍ତ

Odisha

ଆଦିବାସୀ ମହିଳାଙ୍କ ଘରେ ପଶି ଗୁଳି ମାରିଲେ ଦୁର୍ବୃତ୍ତ

Smruti Parija
Browse all articles by Smruti Parija
·2 years ago
ଆଦିବାସୀ ମହିଳାଙ୍କ ଘରେ ପଶି  ଗୁଳି ମାରିଲେ ଦୁର୍ବୃତ୍ତ

ବାଲେଶ୍ୱର:  ଆଦିବାସୀ ମହିଳାଙ୍କ ଘରେ ପଶି ଗତକାଲି ରାତିରେ ତିନି ରାଉଣ୍ଡ ଗୁଳି ମାଡ଼ ହୋଇଛି । ଗୁଳି ମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ମହିଳା ଜଣକ ସଙ୍କଟାପନ୍ନ ଅଛନ୍ତି । ନୀଳଗିରି ବ୍ଲକ ବରହମପୁର ଥାନା ରାଇପାଳ ଗ୍ରାମର ୫୦ ବର୍ଷୀୟ ମହିଳା ଲକ୍ଷ୍ମୀ ମୁର୍ମୁ ଘରେ ଶୋଇଥିବାବେଳେ ଦୁଇ ଜଣ ଅଜଣା ଯୁବକ ଗୁଳି ମାରି ଚମ୍ପଟ ମାରିଥିବା ଜଣାପଡିଛି। ଗୁରୁତର ଭାବେ ମହିଳାଙ୍କୁ ନୀଳଗିରି ପରେ କଟକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ମହିଳାଙ୍କ ଅଣ୍ଟା, ପେଟ ଓ ହାତରେ ଗୁଳି ବାଜିଥିବା ଜଣାପଡିଛି । ଏନେଇ ବରହମପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
firing-in-nilagiri-tribal-women-injured | Argus English