ବଡ଼ଦିନରେ ଚଳଚଞ୍ଚଳ ରାଜଧାନୀ, ଧରାବତରଣ କରିଛନ୍ତି ଯୀଶୁ

ଅର୍ଗସ ବ୍ୟୁରୋ : ମଧ୍ୟରାତ୍ରରେ ଧରପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଯୀଶୁ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ । ରାଜଧାନୀରେ ଥିବା ପ୍ରାୟ ୩୫ଟି ଯାକ ଚର୍ଚ୍ଚରେ ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରାଯାଇଛି । ଆଲୋକ ମାଳାରେ ବେଶ ଆକର୍ଷଣୀୟ ହୋଇଛି ଚର୍ଚ୍ଚ । ଠିକ ମଧ୍ୟରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଅବତରି ଥିଲେ ଯୀଶୁ । ବାଜି ଉଠିଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସୁ ସଜ୍ଜିତ ଖ୍ରୀଷ୍ଟମାସ ଟ୍ରି । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି । ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଛୁଇଁବା ସହ ସେମାନଙ୍କ ଶ୍ରଦ୍ଧା ନିବେଦନ କରିଥିଲେ । ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା ।
ସେପଟେ ଚର୍ଚ୍ଚରେ ଛୋଟ ଛୁଆଙ୍କ ଠୁ ନେଇ ବଡ଼ ଲୋକଙ୍କ ପର୍ଯ୍ୟନ୍ତ । ହିନ୍ଦୁଙ୍କ ଠୁ ନେଇ ଖ୍ରୀଷ୍ଟିଆନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ ଜମିଛି । ହିନ୍ଦୁ ଧର୍ମର ହେଲେ ମଧ୍ୟ ଖ୍ରୀଷ୍ଟ ଧର୍ମର ଏହି ବଡ଼ ପର୍ବକୁ ଦେଖିବାକୁ ଆଗ୍ରହ୍ୟ ପ୍ରକାଶ କରିଛନ୍ତି ଲୋକେ । ନିଜ ନିଜ ପରିବାର ସହ ଚର୍ଚ୍ଚକୁ ଆସି ଏହି ବଡ଼ ଦିନର ବଡ଼ ପର୍ବରେ ସାମିଲ ହୋଇଛନ୍ତି ଲୋକେ । ଏମିତିକି ବିଦେଶୀ ଛାତ୍ରଛାତ୍ରୀ ମନେ ମଧ୍ୟ ଯୀଶୁଙ୍କର ଏହି ବଡ଼ ପର୍ବରେ ସାମିଲ ହୋଇଛନ୍ତି ।
📱 Get Argus News App
✨ସେପଟେ ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ୨୪ ତାରିଖ ରାତିରୁ ୧ ତାରିଖ ଯାଏଁ ଭୁବନେଶ୍ୱରର ସମସ୍ତ ଚର୍ଚ୍ଚ ଗୁଡିକର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଖ୍ରୀଷ୍ଟମାସ ହେଉଛି ଏମିତି ଏକ ପର୍ବ ଯାହାକୁ ସାରା ବିଶ୍ୱରେ ପାଳନ କରାଯାଏ । ପିଲାମାନେ ଉତ୍ସାହର ସହିତ ସାନ୍ତାକୁ ଅପେକ୍ଷା କରନ୍ତି କାରଣ ଖ୍ରୀଷ୍ଟମାସ ଦିନ ସାନ୍ତା ସେମାନଙ୍କ ପାଇଁ କିଛି ଉପହାର ନେଇ ଆସିଥାଏ ।