|
logo
Live

Argus News - ଟଙ୍କା ପାଇଁ ଜନ୍ମକଲା ଝିଅକୁ ମାରିଦେଲା ବାପା

Odisha

ଟଙ୍କା ପାଇଁ ଜନ୍ମକଲା ଝିଅକୁ ମାରିଦେଲା ବାପା

Ritu Das
Browse all articles by Ritu Das
·2 years ago
ଟଙ୍କା ପାଇଁ ଜନ୍ମକଲା ଝିଅକୁ ମାରିଦେଲା ବାପା

ଅର୍ଗସ ବ୍ୟୁରୋ: ଟଙ୍କା ପାଇଁ ଜନ୍ମକଲା ଝିଅକୁ ମାରିଦେଲା ବାପା। ହତ୍ୟାରେ ସହଯୋଗ କଲା ସାବତ ମାଆ। ଝାଡଖଣ୍ଡର ରାମଗଡ଼ ଜିଲ୍ଲାରେ ଘଟିଛି ଏଭଳି ଏକ ଘଟଣା। 17 ବର୍ଷୀୟା ଖୁସି କୁମାରୀ 6 ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ ରଖିଥିଲେ। ଏହି ଟଙ୍କାରୁ ଭାଗ ମାଗିଥିଲେ ହତ୍ୟାକାରୀ ବାପା ଓ ସାବତ ମାଆ । 

ଖୁସି ଏଥିରେ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ। ଜାନୁଆରୀ 13 ତାରିଖରେ ଖୁସିଙ୍କ ମୃତଦେହ ତାଙ୍କ ରୁମରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ ତାଙ୍କ ଭାଇ। ପରେ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ହତ୍ୟା ଅଭିଯୋଗରେ ପୋଲିସ ଖୁସିଙ୍କ ବାପା ଓ ସାବତ ମା'ଙ୍କୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟଙ୍କା ପାଇଁ ଜନ୍ମକଲା ଝିଅକୁ ମାରିଦେଲା ବାପା | Argus English