Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମ୍ବଲପୁର ଜମନକିରାରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା

Odisha

ସମ୍ବଲପୁର ଜମନକିରାରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା

Jitendra Dash
Browse all articles by Jitendra Dash
·2 years ago·2 min read
ସମ୍ବଲପୁର ଜମନକିରାରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା

ଅର୍ଗସ ବ୍ୟୁରୋ : ସମ୍ବଲପୁର ଜମନକିରା ବ୍ଲକ୍ କତରକେଲା ଗାଁରେ ଜୀବନ ହାରିଲେ ଚାଷୀ । ହାତୀ ଫସଲ ନଷ୍ଟ କରିବା ପରେ ରବିବାର ବିଷ ପିଇ ଦେଇଥିଲେ ଚାଷୀ ବୀରବଲ ଦାସ । ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଧାର କରଜ କରି ଏକ ଏକର ଜମିରେ ଧାନ ଚାଷ କରିଥିଲେ ଚାଷୀ ବୀରବଲ। ହାତୀ ଫସଲ ଖାଇବା ପରେ ମୁଣ୍ଡ ଉପରେ ପଡ଼ିଲା ଋଣ ଶୁଝିବା ଚିନ୍ତା। ଏହି ଅଞ୍ଚଳରେ ୨ ମାସ ହେବ ହାତୀ ପଲ ଉପଦ୍ରବ କରୁଥିବାବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ବେ ସେମାନଙ୍କୁ ଘଉଡ଼ାଇବା ନେଇ କୌଣସି ପଦକ୍ଷେପ ନେଲା ନାହିଁ ବନ ବିଭାଗ। ଅନ୍ୟପଟେ ଏ ଅଞ୍ଚଳରେ ବାରମ୍ବାର ଲୋକଙ୍କ ଘର ଓ ଫସଲ କ୍ଷତି କରୁଛନ୍ତି ହାତୀପଲ। କିନ୍ତୁ କ୍ଷୟକ୍ଷତି ମିଳୁନଥିବାରୁ ବୀରବଲଙ୍କ ଭଳି ହତାଶ ହେଉଛନ୍ତି ଲୋକେ । 

ଗୋଟିଏ ପଟେ ସରକାରୀ ଅବହେଳାରୁ ଚାଷୀଙ୍କ ଦୁର୍ଦ୍ଦଶା । ଅନ୍ୟପଟେ ଚାଷୀଙ୍କ ମୃତ୍ୟୁ ପରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ସରକାରୀ କଳ ଓ ଶାସକ ଦଳ । ଏ ନେଇ ସଂଗୀନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା । ରାଜ୍ୟ ସଭାପତି ମହେଶ୍ବର ସାହୁ ଓ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚାର ଟିମ୍ ମୃତ ଚାଷୀଙ୍କ ଗାଁରେ ପହଞ୍ଚିଛନ୍ତି । ବୀରବଲଙ୍କ  ମୃତଦେହ ଗାଁକୁ କାହିଁକି ଅନ୍ତିମ ସଂସ୍କାର ପାଇଁ ପଠାଗଲା ନାହିଁ । ଅନ୍ୟପଟେ ଗାଁ ଲୋକଙ୍କୁ କିଛି ନ ଜଣାଇ କାହିଁକି ବୀରବଲଙ୍କ ଦୁଇ ନାବାଳକ ପିଲାଙ୍କୁ ସ୍ଥାନୀୟ ବିଜେଡି ନେତା ଗାଁରୁ ନେଇଗଲେ ସେ ନେଇ ପ୍ରଶ୍ନ କରିଛନ୍ତି । ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ତାଙ୍କ ପିଲାଙ୍କ ଭରଣପୋଷଣ ଦାୟିତ୍ବ ସରକାର ନେବାକୁ ଦାବି କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ କୁଚିଣ୍ଡା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ସମେତ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଫସଲ ନଷ୍ଟ ହେବାରୁ ଜୀବନ ହାରୁଛନ୍ତି ଚାଷୀ। କିନ୍ତୁ କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ ପ୍ରଦାନରେ ରାଜ୍ୟ ସରକାର ପ୍ରଦର୍ଶନ କରୁଛନ୍ତି ଚରମ ଅବହେଳା। ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ବୀରବଲଙ୍କ ଭଳି ଲୋକେ ମରଣକୁ ବାଛୁଛନ୍ତି। କୁଚିଣ୍ଡାରୁ ସୌମ୍ୟରଞ୍ଜନ ଧଳଙ୍କ ରିପୋର୍ଟ ଅର୍ଗସ ନ୍ୟୁଜ୍

Sponsored
Farming suicide due to crop damage to the rebootcar's agineucar. | Argus English