Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପଦ୍ମପୁରରେ ଶହ ଶହ ଚାଷୀଙ୍କ ମେଳି

Odisha

ପଦ୍ମପୁରରେ ଶହ ଶହ ଚାଷୀଙ୍କ ମେଳି

Smruti Parija
Browse all articles by Smruti Parija
·2 years ago·1 min read
ପଦ୍ମପୁରରେ ଶହ ଶହ ଚାଷୀଙ୍କ ମେଳି

ବରଗଡ: ବରଗଡ ଜିଲ୍ଲା ପଦ୍ମପୁରରେ ବଡ ଚାଷୀ ସମାବେଶ । 14 ଦଫା ଦାବିରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଶହ ଶହ ଚାଷୀଙ୍କ ମେଳି ଦେଖିବାକୁ ମିଳିଛି । ଇନପୁଟ୍ ସବସିଡି, ବୀମା, ଜଳସେଚନ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗର୍ଜନ କରୁଛନ୍ତି ଚାଷୀ । ଦିନେ କି ମାସେ ନୁହେଁ ବର୍ଷେରୁ ଅଧିକ ସମୟ ହେଲା ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଉଛନ୍ତି ଚାଷୀ। 

ବରଗଡ଼ ପଦ୍ମପୁର ଚାଷୀଙ୍କୁ ସରକାରୀ ଧୋକା

୨୦୨୧ ମରୁଡ଼ି ଇନପୁଟ୍ ସବସିଡ ଓ ବୀମା ଟଙ୍କା ଏପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ ।  ଉପନିର୍ବାଚନବେଳେ ମିଳିଥିଲା ପ୍ରତିଶ୍ରୁତି । ହେଲେ ସବୁ ଚାଷୀଙ୍କୁ ଦେଲନି ଟଙ୍କା । ୭୨ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହେଲା । ଅନେକ ଆନ୍ଦୋଳନ ପରେ ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା । ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବରଗଡ଼ ଜିଲ୍ଲାରେ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ

ମଣ୍ଡି ଭିତ୍ତିଭୂମି ସଜଡ଼ା ହେଲାନି କି କଟନି ଛଟନିରୁ ଚାଷୀଙ୍କୁ ମିଳିଲାନି ତ୍ରାହି । ଏହା ସାଙ୍ଗକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ 2022 ମସିହା ନଭେମ୍ବର 1 ତାରିଖରୁ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ । ସେତେବେଳେ ପଡ଼ିଥିଲା ପଦ୍ମପୁର ଉପନିର୍ବାଚନ । ଦାବି ପୂରଣ ନେଇ ସେତେବେଳେ ଶାସକ ଦଳ ଦେଲା ପ୍ରତିଶ୍ରୁତି କିନ୍ତୁ ଭୋଟ୍ ସରିବା ପରେ ସବୁ ଭୁଲିଗଲେ ସରକାର । ଏଣୁ ଆଜି ବଡ଼ ସମାବେଶ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି କୃଷକ ସଂଗଠନ ।
 

Sponsored
farmer-protest-in-padampur-bargarh | Argus English