|
logo
Live

Argus News -  ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି ପରିବାର 

Odisha

 ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି ପରିବାର 

Manini Pattanayak
Browse all articles by Manini Pattanayak
·2 years ago·1 min read
 ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି ପରିବାର 

 ବ୍ରହ୍ମପୁର: ବ୍ରହ୍ମପୁରରୁ ଟ୍ରେନ ଯୋଗେ ସୁରତ ଆସୁଥିବା ସମୟରେ ବୃଦ୍ଧ ମହିଳା ନିଖୋଜ। ସୁରତରେ ପ୍ରବାସୀ ଓଡ଼ିଆ ମାନେ ଡାଇମଣ୍ଡ ଓ ସୂତାକଳରେ କାମ କରିଥାନ୍ତି । ଦୀପାବଳି ଅବସରରେ ଏଠାରେ ମିନି ଭ୍ୟାକେସନ ହୋଇଥାଏ। ଏହି ଛୁଟିରେ ସେମାନେ ନିଜ ପରିବାର ସହ ଦୀପାବଳି ଉତ୍ସବ ପାଳନ କରିଥାନ୍ତି । ଏଭଳି ଏକ ଖୁସିରେ ସାମିଲ ହେବାପାଇଁ ନାତି ସହ ନିଜ ପୁଅପାଖକୁ ସୁରତ ଆସୁଥିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମାଗୁଡ଼ିପୁଞ୍ଜା ଗ୍ରାମର  ୬୩ ବର୍ଷୀୟ ବୃଦ୍ଧ ମହିଳା ସେବତୀ ପରିଡା।  

ନାତିଙ୍କ କହିବା ଅନୁଯାଇ ଆକଲା ଷ୍ଟେସନ ପର୍ଯ୍ୟନ୍ତ ତାଙ୍କ ମା ତାଙ୍କ ସହ ଥିଲେ ପରେ ସେ ଶୋଇଯାଇଥିବା ସମୟରେ ଆକୋଲା ରୁ  ଭୁସାବଳ ଷ୍ଟେସନ ମଧ୍ୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିବାର  ଅନୁମାନ କରୁଛନ୍ତି ନାତି।   ନିଦରୁ ଉଠି ନାତି ବହୁ ଖୋଜା ଖୋଜି କରିଥିଲେ ହେଲେ  ସୂଚନା ନ ଅପାଇ ନିଜ ଘରକକୁ ଖବର ଦେଇଥିଲେ। ଖବର ପାଇ ପୁଅ ଭଗବାନ ଅକୋଲା ଷ୍ଟେସନ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ସବୁ ଷ୍ଟେସନରେ ଖୋଜା ଖୋଜି କରି ନିରାଶ ହୋଇଥିଲେ। ପରେ ପୋଲିସରେ ଖବର ଦେଇଥିଲେ। ଏ ଯାଏଁ କୌଣସି ଖୋଜ ଖବର ପାଇ ନାହାନ୍ତି ଯଦି କେହି ସନ୍ଧାନ ପାଅନ୍ତି ତେବେ ଏହି  7016477668 ଫୋନ୍‌  ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।  ଅନ୍ୟଏକ ଫୋନ ନମ୍ବର 9316461225 ରେ ଜଣାଇପାରିବେ। 
 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି ପରିବାର  | Argus English