Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟାଙ୍କି ଅଚଳ ହୋଇ ବର୍ଷ ବର୍ଷ ବିତିଥିଲେ ବି କାର୍ଯ୍ୟକାରୀ ହେଉନି

Ritu Das
Browse all articles by Ritu Das
·2 years ago·1 min read
ଟାଙ୍କି ଅଚଳ ହୋଇ ବର୍ଷ ବର୍ଷ ବିତିଥିଲେ ବି କାର୍ଯ୍ୟକାରୀ ହେଉନି

ଅର୍ଗସ ବ୍ୟୁରୋ: ବସୁଧା ଯୋଜନା ଫେଲ। ଟାଙ୍କି ଅଚଳ ହୋଇ ବର୍ଷ ବର୍ଷ ବିତିଯାଇଥିଲେ ବି କାର୍ଯ୍ୟକାରୀ ନହେବାରୁ ଅଭିନବ ପ୍ରତିବାଦ। ପ୍ରଶାସନ ଦ୍ବାରସ୍ଥ ପରେ ବି ମାସ ମାସକେ ପାଣି ଆସୁନଥିବା ଯୋଗୁଁ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ସକାଳୁ ସକାଳୁ ପ୍ରବଳ ଶୀତ ହେଲେ ମଧ୍ୟ ଥଣ୍ଡାକୁ ବେଖାତିର କରି ଗରା, ହାଣ୍ଡି, ବାଲ୍ଟି ଧରି ନାରାୟଣପାଟଣାରୁ-ଜୟପୁର ଯାତାୟାତ କରୁଥିବା ରାଜ୍ୟ ରାଜପଥ ଉପରେ ବସି ବିରୋଧ କରିଛନ୍ତି। ଅଦୃଶ୍ୟ କୋରାପୁଟ ଜିଲ୍ଲା ନାରାୟଣପାଟଣା ସଦରମହକୁମାର ମାତ୍ର 1କିଲୋମିଟରରେ ଥିବା ପାଲାପୁଟ ଗାଁରେ। ପ୍ରତିବାଦରେ ଘଣ୍ଟା ଘଣ୍ଟା ଧରି ଉଭୟ ପାଶ୍ୱରେ ଅଟକି ୨ଚକିଆ ମଟର ଗାଡି ସମେତ ଭାରିଯାନ ଓ ବସ । ଯାତାୟାତରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସଂପୃକ୍ତ ଅଧିକାରୀ ନ ଆସିବା ଯାଏ ରାସ୍ତାରୁ ନଉଠିବା ପାଇଁ ଚେତାବନୀ।

ଅଧିକ ପଢନ୍ତୁ: ଫେଲ ମାରିଛି ସରକାରଙ୍କ ବସୁଧା `ଯୋଜନା’

ସେହିପରି ଲକ୍ଷ୍ମୀପୁର ବ୍ଲକ୍ ଚିଲିଶଙ୍କା ଗାଁରେ ମଧ୍ୟ ସମାନ ଦୃଶ୍ୟ ଲକ୍ଷାଧିକ ଟଙ୍କାର ବସୁଧା ଯୋଜନାର ପାଣି ପ୍ରକଳ୍ପ ତିଆରି ହୋଇଛି କିନ୍ତୁ ନିର୍ମାଣ ହୋଇ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଟୋପେ ପାଣି ଆସୁ ନାହିଁ ଯାହାଫଳରେ ଚିଲିଶଙ୍କା ଗ୍ରାମବାସୀ ଗାଆଁ ମୁଣ୍ଡ ଉପରେ ଥିବା ଏକ ଝରଣା ପାଣି ଉପରେ ଭରଷା କରୁଛନ୍ତି। ଝରଣା ପାଣି ମଧ୍ୟ ଶୀତ ଆରମ୍ଭ ଶୁଖିଗଲାଣି ଆଉ ଶୀତ ପରେ ଖରା ଆସିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖରା ସମୟରେ ପାଣି ଶୁଖିଗଲେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ଖରା ପୂର୍ବରୁ ପୁଣି ପାନୀୟ ଜଳର ସମସ୍ୟା ଦେଖା ଦେଇଛି। ୨୪ ବର୍ଷ ବିଜେଡି ସ୍ଥାୟୀ ସରକାର ଏ ହେଉଛି ବସୁଧା ଯୋଜନାର ପ୍ରକଳ୍ପ ଉଦାହରଣ।

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Even though the tank | Argus English