ଏମିତି ବି ମୃତ୍ୟୁ ଆସେ : ପଡୋଶୀଙ୍କ ଶବ ଦେଖି ଶବ ହୋଇଗଲେ

ନୀଳଗିରି : ପଡୋଶୀଙ୍କ ଶବ ଦେଖିବାକୁ ଗଲେ , ଆଉ ନିଜେ ଶବ ହୋଇ ଫେରିଲେ । ଗୋଟିଏ ଜାଗାରୁ ଚାଲିଗଲା ଦୁଇ ଦୁଇଟା ଜୀବନ । ସତେ ଯେମିତି ନିଜର ପ୍ରିୟର ମଣିଷ ଚାହିଁ ବସିଥିଲା ତାଙ୍କୁ ସାଙ୍ଗରେ ନବାପାଇଁ । ଆଉ ତାଙ୍କ ହାତ ଧରି ତାଙ୍କୁ ମଧ୍ୟ ନିଜ ସାଙ୍ଗେ ନେଇଗଲା ।
ନିୟତିର ନିୟମ ଆଗରେ ସମସ୍ତେ ନତ ମସ୍ତକ । କୁହାଯାଏ ବିଧିର ବିଧାନ କେ କରିବ ଆନ । ମୃତ୍ୟୁ କାହାର କେଉଁ ସମୟରେ ଆସିବ ସେକଥା କିଏ ବା କହିବ । ବେଳେବେଳେ ମୃତ୍ୟୁ ଏମିତି ବି ଆସେ ତାକୁ ସାଧାରଣ ମଣିଷ ପାଖେ ବିଶ୍ବାସ କରିବା ଅସମ୍ଭବ ହୋଇଯାଏ। ଏ ଘଟଣା ଶୁଣିବା ପରେ ଆପଣଙ୍କ ମୁହଁରୁ ବି ସେଇ ଗୋଟିଏ କଥା ବାହାରିବ, ସତରେ କଣ ମୃତ୍ୟୁ ଏମିତି ବି ଆସେ .....
ନୀଳଗିରି ସହର ୧ ନଂ ୱାର୍ଡ଼ ଅଧୀନ କଦମସାହି ଅଞ୍ଚଳର ବୃଦ୍ଧା ସାବିତ୍ରୀ ନାୟକ ଙ୍କର ନୀଳଗିରି ମେଡ଼ିକାଲ ରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପଡୋଶୀ ସୁବାସିନୀ ତାଙ୍କୁ ଦେଖିବାକୁ ମେଡିକାଲ ବାହାରିଲେ । ସୁବାସୀନି ଏବଂ ସାବିତ୍ରୀଙ୍କର ମଧ୍ୟରେ ସମ୍ପର୍କ ମାଆ ଝିଅ ଭଳି ଥିଲା । ସାବିତ୍ରୀଙ୍କ ମୃତ୍ୟୁ ଖବର ଶୁଣି ସେ ନିଜକୁ ସମ୍ବାଳି ପାରି ନଥିଲେ । ହସ୍ପିଟାଲରେ ପହଞ୍ଚିବା ପରେ କାନ୍ଦବୋବାଳି ଶୁଣି ସେ ମଧ୍ୟ ଟଳି ପଡିଥିଲେ । ଯେଉଁ ଘଟଣା ଅନେକ ଜଣଙ୍କୁ ମର୍ମାହତ କରିଦେଇଛି ।
ସୁବାସିନୀ ଜଣେ ଖୁସ ମିଜାଜର ମଣିଷ ଥିଲେ । ତାଙ୍କ ସବୁ ପଡୋଶୀଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ଥିଲା । ତାଙ୍କୁ ହରାଇ ତାଙ୍କ ପରିବାର ଏବଂ ପଡୋଶୀ ଏକଦମ ଭାଙ୍ଗିପଡିଛନ୍ତି । ଏହି ଘଟଣା ସେ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେ ଇଛି । ଜଣେ ଚାଲିଯିବା ପରେପରେ ତାଙ୍କୁ ଦେଖିବାକୁ ଯାଇ ଆଉ ଜଣେ ଚାଲିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଗାଁ ରେ ତାଙ୍କ ଶବର ଶେଷକୃତ୍ୟ ହେବାପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।